Latest Odisha News

BREAKING NEWS

ପ୍ରସବ ଯନ୍ତ୍ରଣାକୁ ହ୍ରାସ କରିବ ମ୍ୟୁଜିକ୍ ଥେରାପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ସଂଗୀତରେ ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କ ସମସ୍ତ ଦୁଃଖକୁ ଦୂର କରିଦିଏ। ଯେକୌଣସି ମଧୂର ସ୍ୱର କିମ୍ବା ସଂଗୀତ ଯଦି ପସନ୍ଦ ଆସିଯାଏ ତେବେ ଗଛ, ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ଏହାକୁ ଅନୁଭବ କରି ପାରନ୍ତି। ଆପଣ ଜାଣନ୍ତି କି ଏହି ସଙ୍ଗୀତ ପ୍ରତ୍ୟେକ ରୋଗ ପାଇଁ ଏକ ଔଷଧ ପାଲଟିଛି। ପ୍ରସବ ଯନ୍ତ୍ରଣାରେ ଏହା ଆପଣଙ୍କ ପାଇଁ ମଧ୍ୟ ସହାୟକ ହେବ। କୁହାଯାଏ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା କିମ୍ବା ପ୍ରସବ ପୂର୍ବରୁ ସୃଷ୍ଟି ହେଉଥିବା ଯନ୍ତ୍ରଣା ଅତ୍ୟଧିକ ଅସହ୍ୟ। ଏହା ପ୍ରକୃତିର ନିୟମ ଆଉ ଆମେ ଏହାକୁ ଏଡାଇ ପାରିବା ନାହିଁ। କିନ୍ତୁ ଆପଣ ଯଦି ଏହି ଅବସ୍ଥାରେ ଆପଣଙ୍କ ମନ ପସନ୍ଦର ସଂଗୀତ ଶୁଣନ୍ତି ତେବେ ପ୍ରସବ ଯନ୍ତ୍ରଣାରୁ କିଛିଟା ମୁକ୍ତି ପାଇପାରିବେ।

ପ୍ରସବ ଯନ୍ତ୍ରଣା ସମୟରେ ସଙ୍ଗୀତ ଶୁଣିବାର ଲାଭ ଉପରେ ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ମତ ଅନୁଯାୟୀ, ମ୍ୟୁଜିକ୍ ଥେରାପି ଯନ୍ତ୍ରଣା ବହନ କରିବାର ଶକ୍ତି ବଢାଇଥାଏ। ଏଥିପାଇଁ ଏକ ଅନୁସନ୍ଧାନ ମଧ୍ୟ କରାଯାଇଥିଲା। ଯେଉଁଥିରେ ୩୦ ଜଣ ମହିଳାଙ୍କୁ ଚୟନ କରାଯାଇଥିଲା। ୧୫-୧୫ ମହିଳାଙ୍କ ଦୁଇଟି ଗୋଷ୍ଠୀରେ ଭାଗ କରାଯାଇଥିଲା। ଗୋଟିଏ ଗୋଷ୍ଠୀକୁ ୩୦ ମିନିଟ୍ ପାଇଁ ଆରାମରେ ସଙ୍ଗୀତ ଶୁଣିବାକୁ କୁହାଯାଇଥିଲା ଏବଂ ଅନ୍ୟ ଗୋଷ୍ଠୀଙ୍କୁ ସଙ୍ଗୀତ ଶୁଣିବାକୁ ମନା କରାଯାଇଥିଲା। ଏହି ଅନୁସନ୍ଧାନରୁ ଜଣାପଡିଲା ଯେ ଯେଉଁ ମହିଳାମାନେ ସେମାନଙ୍କର ପ୍ରିୟ ସଙ୍ଗୀତ ଶୁଣୁଥିଲେ ସେମାନେ ପ୍ରସବ ଯନ୍ତ୍ରଣାକୁ ବହୁତ କମ୍ ଅନୁଭବ କରିଥିଲେ। ଆଉ ଯେଉଁ ମହିଳାମାନେ ଆଦୌ ସଂଗୀତ ଶୁଣିନଥିଲେ ସେମାନଙ୍କ ଯନ୍ତ୍ରଣା ଅତ୍ୟଧିକ ଥିଲା।

ଏହି ଗବେଷଣା ପରେ ଗର୍ଭବତୀ ମହିଳାମାନଙ୍କୁ ଏପରି ସଙ୍ଗୀତ ଶୁଣିବାକୁ ପରାମର୍ଶ ଦିଆଯାଇଥିଲା ଯାହାକି ସେମାନଙ୍କର ପସନ୍ଦ ଏବଂ ଶାନ୍ତ ଅଟେ। ସଙ୍ଗୀତ ଏପରି ହେବା ଉଚିତ ଯେ ଏହା ମନକୁ ଆରାମ ଦେବ ଏବଂ ଆପଣଙ୍କ ଚିନ୍ତାକୁ କମ କରିବ। ସଂଗୀତକୁ ଶୁଣି ଜଣେ ଖୁସି ଅନୁଭବ କରିବା ଉଚିତ୍। ସଂଗୀତ ଏପରି ହେବା ଉଚିତ୍ ଯିଏ କି ଆଖି ବନ୍ଦ କରି ସେହି ସଙ୍ଗୀତ ଶୁଣିବା ପରେ ମୁହଁରେ ଆପେ ହସ ଫୁଟିବ। ତେଣୁ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଏହିପରି ସଂଗୀତ ଚୟନ କରନ୍ତୁ ଯାହାକୁ ଶୁଣି ଆପଣ ବହୁତ ଶାନ୍ତି, ଖୁସି ଅନୁଭବ କରିବେ। ଆଉ ଏପରି ଯଦି କରନ୍ତି ତେବେ ଆପଣଙ୍କ ପ୍ରସବ ଯନ୍ତ୍ରଣା ବହୁତ କମ ଅନୁଭବ ହେବ। ଏହା ସହିତ ଚାପ ବଢୁଥିବା ହରମୋନ୍ ମଧ୍ୟ କମ୍ ରିଲିଜ ହେବ।

Leave A Reply

Your email address will not be published.