Latest Odisha News

BREAKING NEWS

ପିଆରଏମ୍ ହସ୍ପିଟାଲ୍ ଆହାର କେନ୍ଦ୍ରରେ ବାସୀ ଖାଦ୍ୟକୁ ନେଇ ଉତ୍ତେଜନା

ବାରିପଦା: ୫ ଟଙ୍କାରେ ପେଟ ପୂରା ଥାଳି, କେହି ରହିବେନି ଭୋକିଲା । ଏମିତି ମହତ୍ତ୍ୱ ଉଦ୍ଦେଶ୍ୟ ରଖି ସରକାର ରାଜ୍ୟରେ ଆହାର କେନ୍ଦ୍ର ଖୋଲିଛନ୍ତି । ବିଭିନ୍ନ ଜିଲ୍ଲାର ହସ୍ପିଟାଲ୍ ଓ ବସ୍ ଷ୍ଟାଣ୍ଡରେ ଆହାର କେନ୍ଦ୍ର ଖୋଲିଥିବା ବେଳେ ପ୍ରତିଦିନ ଏହା ଉପରେ ନିର୍ଭର କରୁଛନ୍ତି ଲକ୍ଷାଧିକ ଲୋକ । ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆରଏମ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ରରେ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆହାର କେନ୍ଦ୍ରରେ ପ୍ରକାଶ ପାଇଛି ଉତ୍ତେଜନା । ଭାତ ନଷ୍ଟ ହୋଇ ଯାଇଥିବା ବେଳେ ଡାଲମା ଖଟା ଲାଗୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ବାସୀ ଖାଦ୍ୟ ନେଇ ଲୋକଙ୍କ ଅଭିଯୋଗ ପରେ ଆହାର କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ବାରିପଦା ବିଧାୟକ ଆହାର କେନ୍ଦ୍ରରେ ପହଞ୍ଚି ଖାଦ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରି ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି । ତେବେ ଆହାର କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ କହିଛନ୍ତି, ଆମେ ଏଠି ଖାଦ୍ୟ ପରସୁଛୁ । ଖାଦ୍ୟ ରଘୁନାଥପୁରରୁ ଆସୁଛି । ଏନେଇ ଆମେ ଖାଦ୍ୟ ରାନ୍ଧୁଥିବା ସଂସ୍ଥାକୁ ଜଣାଇଛୁ ।

ପିଆରଏମ୍ ମେଡିକାଲ କଲେଜ ନିକଟରେ ଥିବା ଆହାର କେନ୍ଦ୍ରରେ ଦୈନିକ ହଜାର ହଜାର ରୋଗୀ ଓ ସମ୍ପର୍କୀୟ ଖାଦ୍ୟ ଖାଉଛନ୍ତି । ଏଭଳି ସ୍ଥଳେ ଖାଦ୍ୟ ରାନ୍ଧୁଥିବା ସଂସ୍ଥା କିଭଳି ବାସୀ ଖାଦ୍ୟ ଦେଲା ନା ଦୁଇ ବେଳା ବଦଳରେ ସଂସ୍ଥା ଗୋଟିଏ ଥର ଖାଦ୍ୟ ରାନ୍ଧି ଦୁଇ ବେଳା ପ୍ରଦାନ କରୁଛି । ତାର ତଦନ୍ତ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.