ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବର୍ଷା କ୍ରିଏସନ୍ ପକ୍ଷରୁ ରିଲିଜ୍ ହୋଇଛି ଓଡିଆ ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର’ । ଏହି ଅବସରରେ ଏହାର ଏକ ସିଡି ମଧ୍ୟ ଉନ୍ମୋଚନ କରାଯାଇଥିଲା । ମ୍ୟୁଜିକ୍ ଭିଡ଼ିଓରେ ଚଳିତବର୍ଷ ରଜ କୁଇନ୍ର ପ୍ରଥମ ରନର୍ସଅପ୍ ବିଜୟିନୀ ବର୍ଷା ଭଉଣୀ ଭୂମିକା ରେ ଅଭିନୟ କରିଥିବା ବେଳେ ପ୍ରେମ୍ ଭାଇ ଚରିତ୍ର ରେ ଅଭିନୟ କରିଛନ୍ତି । ଏଥିସହ ବାପା ଓ ମା ଭୂମିକା ରେ ବାବୁ ପ୍ରଧାନ ଓ ଦେବଶ୍ରୀ ଦାସ ନଜର ଆସିଛନ୍ତିି । ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ବାବୁ କାମାଲ୍ । ଏହି ମ୍ୟୁଜିକ୍ ଭିଡ଼ିଓଟି ଖୁବ୍ ମନଛୁଆଁ ହୋଇଛି ।
ଏହି ଉତ୍ସବରେ ଅତିଥି ଭାବେ ଆମ ଟିଭିର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ, ପ୍ରଯୋଜକ ଅଶୋକ ଦାସ, ପ୍ରଯୋଜକ ସୁବାସ ସାହୁ , ବେଞ୍ଚମାର୍କ ର ମୁଖ୍ୟ ଡଃ ପ୍ରସନ୍ନ ଚୌଧୁରୀ, ନ୍ୟୁଜ୍ ଆଙ୍କର ଲକ୍ଷ୍ମୀ ନାରାୟଣ ନନ୍ଦ, ଆର୍ ଜେ କେପିଙ୍କ ସହ ମ୍ୟୁଜିକ ଭିଡ଼ିଓ ର ନିର୍ଦ୍ଦେଶକ ବାବୁ ବାବୁ, ପ୍ରଯୋଜକ ଶମ୍ବୁନାଥ ଦାସ, ନାୟିକା ବର୍ଷା ଏବଂ ନାୟକ ପ୍ରେମ୍ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.