Latest Odisha News

BREAKING NEWS

ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ୭ ଜଣ ହିନ୍ଦୁଙ୍କ ଜୀବନ ବଞ୍ଚାଇ ଦେଲା ମସଜିଦ । ଆହ୍ଲା ହୋ ଆକବର…. ବଦଳରେ ମାଇକର ଫୋନରେ ଆନାଉନ୍ସ ହେଲା ଉଦ୍ଧାର କର ଉଦ୍ଧାର କର…. ଆଉ ଏହାପରେ ପୂରା ଗାଁ ଲାଗିପଡ଼ିଲେ ଉଦ୍ଧାର କାର୍ଯ୍ୟରେ….. ଏପରି ଘଟଣା ଘଟିଛି ଆସାମରେ… ଘଟଣା ଥିଲା ଏମିତି… ଅଥଳ ପାଣିରେ ବୁଡ଼ି ଯାଉଥିଲା କାର, ପାଖ ସମଜିଦରେ ଚାଲିଥିଲା ନମାଜ ପାଠ । କାର ଭିତରେ ଥିଲେ ୭ ଜଣ ଯାତ୍ରୀ । ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆସୁଥିବା କାର, ନିୟନ୍ତ୍ରଣ ହରାଇ ପୋଖରୀ ଭିତକୁ ପଶିଯାଇଥିଲା । ଏହି ସମୟରେ ମସଜିଦରେ ନମାଜ ପଢ଼ୁଥିବା ମୌଲାନା, ତୁରନ୍ତ ନମାଜ ପାଠ ବନ୍ଦ କରି ମାଇକର ଫୋନରେ ଆନାଉନ୍ସ କରିଥିଲେ ଯେ ପୋଖରୀରେ ଏକ କାର ବୁଡ଼ି ଯାଉଛି ଉଦ୍ଧାର କର । ଭୋର ସମୟରେ ଗାଁ ଲୋକଙ୍କ କାନରେ ମସଜିଦ ମାଇକରୁ ଏ ପ୍ରକାର ଆନାଉନ୍ସ ଶୁଣି ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ । ବାରମ୍ୱାର ଆନାଉନ୍ସ ପରେ ପୂରା ଗାଁ ଲୋକ ମସଜିଦ ପାଖକୁ ଧାଇଁ ଆସିଲେ….

ମସଜିଦ ମୌଲାନାଙ୍କ କହିବା ଅନୁସାରେ ଭୋର ପ୍ରାୟ ୪ଟା ସମୟରେ ହଠାତ ଏକ ଜୋର୍ ଶବ୍ଦ ହେଲା । ପୋଖରୀ ପାଖକୁ ଯାଇ ସେ ଦେଖିବା ବେଳକୁ ଏକ କାର ବୁଡ଼ି ଯାଉଛି । ଏହା ଦେଖି ମୌଲାନା ତରୁନ୍ତ ମାଇକର ଫୋନ ଅନ୍ କରି ପୂରା ଗାଁକୁ ନୀଦରୁ ଉଠାଇ ଦେଇଥିଲେ । ସେ ମାଇକର ଫୋନରେ ଆନାଉନ୍ସ କରିଥିଲେ ଯେ ‘ଶିଘ୍ର ଆସନ୍ତୁ, ଗାଡ଼ି ପୋଖରୀରେ ବୁଡ଼ି ଯାଉଛି, ଲୋକେ ଭିତରେ ଅଛନ୍ତି!’ ମୌଲାନାଙ୍କ ଏହି ସତର୍କ ଘୋଷଣା ଶୁଣି କିଛି ମିନିଟ୍ ଭିତରେ ଶହ ଶହ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ। ସମସ୍ତେ ମିଶି ଜୋର୍‌ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗାଡ଼ିରୁ ୭ ଜଣଙ୍କୁ ଜୀବନ୍ତ ବାହାର କରି ଆଣିଥିଲେ। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଯାତ୍ରୀ ବିପଦମୁକ୍ତ ଥିବା ଜଣାପଡ଼ିଛି।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୌଲାନା ଅବଦୁଲ ବସିତଙ୍କୁ ଅନେକ ଲୋକ ପ୍ରଶଂସା କରୁଛନ୍ତି। ଅନେକେ କହୁଛନ୍ତି ଯେ ମସଜିଦର ମାଇକ୍ ଯାହା ସାଧାରଣତଃ ନମାଜ ପାଇଁ ବ୍ୟବହୃତ ହୁଏ, ସେହି ମାଇକ୍ ଆଜି ବଞ୍ଚାଇ ଦେଲା ୭ ଜୀବନ । ଏହି ମାନବିକ ଉଦ୍ଧାର କାହାଣୀ ପ୍ରମାଣ କରୁଛି ଯେ ସମୟରେ ସତର୍କତା ଓ ସାମୂହିକ ସହଯୋଗ କେତେ ବଡ଼ ବିପଦରୁ ମଧ୍ୟ ଜୀବନ ବଞ୍ଚାଇ ପାରେ!

Leave A Reply

Your email address will not be published.