Latest Odisha News

BREAKING NEWS

ଜୟ ଶ୍ରୀରାମ ନାରା ଲଗାଇବାକୁ ପ୍ରସ୍ତୁତ ମୁସଲମାନ ଯୁବକ, ଜାଣନ୍ତୁ କାରଣ…

ଲକ୍ଷ୍ନୌ: ଚଳିତବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ  ଆସନ୍ତା ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ପୁଣି ଥରେ ହିନ୍ଦୁ-ମୁସଲମାନ ଉପରେ ରାଜନୀତି ସରଗରମ ହୋଇଛି । ଜଣେ ମୁସଲମାନ ବ୍ୟକ୍ତି ଜୟ ଶ୍ରୀରାମ ସ୍ଲୋଗାନ ଦେବାପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଏହାଦ୍ବାରା ତାଙ୍କୁ କୌଣସି ଫରକ ପଡେନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲା ଦେବବନ୍ଦର ବାସିନ୍ଦା ।

ଏକ ନ୍ୟୁଜ୍ ୱେବସାଇଟ୍ କୁ ଉକ୍ତ ବ୍ୟକ୍ତି କହିଛନ୍ତିଯେ, ବର୍ତ୍ତମାନ ମୁସଲମାନମାନେ ରାଜନୀତି ଏବଂ ବ୍ୟବସାୟର ଏକ ପ୍ରକାର ଖାଦ୍ୟ ହୋଇଯାଇଛନ୍ତି । ସବୁ କ୍ଷେତ୍ରରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଉଛି । କ୍ଷମତାକୁ ଆସିବା ପାଇଁ କିଛି ଦଳ ମୁସଲମାନମାନଙ୍କୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । କ’ଣ ସରାକରଙ୍କ ପାଖରେ ହିନ୍ଦୁ-ମୁସଲମାନ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ କି? ଯଦି ଅନ୍ୟ କୌଣସି ସମସ୍ୟା ଅଛି ତେବେ ତା ଉପରେ କାହିଁକି ଆଲୋଚନା କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି ମଧ୍ୟ ପ୍ରଶ୍ନ କହିଛନ୍ତି ଯେ, ‘ବର୍ତ୍ତମାନ ଏହି ଦେଶରେ କେବଳ ଦୁଇଟି ପ୍ରସଙ୍ଗ ରହିଛି, ଗୋଟିଏ ହେଉଛି ଆଲ୍ଲହା-ହୁ-ଆକବର ଏବଂ ଅନ୍ୟଟି ଜୟ ଶ୍ରୀରାମ । ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ । ମୁଁ ଜୟ ଶ୍ରୀରାମ ଏକ ହଜାର ଥର କହିପାରେ । ମୁଁ ଜଣେ ନୈଷ୍ଠିକ ମୁସଲମାନ ଏବଂ ଏହା ମୋ ବିଶ୍ବାସକୁ ପ୍ରଭାବିତ କରିବ ନାହିଁ । ଦେଶରେ ଜାଣି ଜାଣି ଏହି ପ୍ରକାର ପରିବେଶ ସୃଷ୍ଟି କରାଯାଉଛି । ଆମକୁ କେବଳ ପ୍ରେମ ଏବଂ ସ୍ନେହ ଦରକାର । ଆମକୁ କୌଣସି ପ୍ରକାରର ଘୃଣାର ଆବଶ୍ୟକତା ନାହିଁ’ ।

ଦେବବନ୍ଦର ଏହି ମୁସଲମାନ ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରି କହିଛନ୍ତି ଯେ, ‘ଯୋଗୀ ଜୀ ଭଲ କାମ କରିବା ଉଚିତ ଏବଂ ପ୍ରେମ ଓ ସ୍ନେହର ବାର୍ତ୍ତା ଦେବା ଉଚିତ । ଆମର ଏକତା ଏବଂ ଭାଇଚାରା ଦୃଢ ହେବା ଅତ୍ୟନ୍ତ ଜରୁରୀ । ଯଦି ଏହା ଶେଷହୋଇଯାଏ ତେବେ ଦେଶ କ୍ଷତି ସହିବ । ଆମେ ବହୁତ କଷ୍ଟରେ ଏହି ଦେଶକୁ ସ୍ବାଧୀନ କରିଛେ । ଦେଶରେ ଏଭଳି ସ୍ଥିତି ଲାଗି ରହିବା ଭଲ କଥା ନୁହେଁ’ ।

Comments are closed.