Latest Odisha News

BREAKING NEWS

ଭୁବନେଶ୍ୱର ଦୁର୍ଗାପୂଜା ମଣ୍ଡପରେ ଲୁଟ୍ ପରେ ପୋଲିସର ଛାନଭିନ୍, ୨୬ ସନ୍ଦିଗ୍ଧ ଅଟକ

ଭୁବନେଶ୍ୱର: ରାଜଧାନୀରେ ଦୁର୍ଗାପୂଜା ବେଳେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ। ରବିବାର ଗୋଟିଏ ଦିନରେ ୫୦ରୁ ଅଧିକ ଲୁଟ୍ ଖବର ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା। ଆଉ ଏହି କ୍ରମରେ ପୋଲିସ ଏବେ ୨୬ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଏମାନେ ପ୍ରାୟତଃ ରାଜ୍ୟ ବାହାରର ପୋଲିସ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।

ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ପାଞ୍ଚ ଜଣ ମହିଳାଙ୍କ ସମେତ ଅନ୍ୟୂନ ୨୬ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ୮ଟି ମୋବାଇଲ ଓ ୭ହଜାର ଟଙ୍କା ଜବତ କରାଯାଇଛି।

ରବିବାର ମହାଅଷ୍ଟମୀ ଅବସରରେ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଭିଡର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ବୋମିଖାଲ ଦୁର୍ଗାପୂଜା ମଣ୍ଡପରେ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ଅନେକ ସୁନା ଚେନ୍ ଲୁଟ୍ ହୋଇଥିବା ବେଳେ ରବିବାର ରାଜଧାନୀ ଓ ସହର ଉପକଣ୍ଠରେ ପ୍ରାୟ ୩୦ ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଓ ପର୍ସ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଛି।

ଦଶହରା ଉତ୍ସବ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମଣ୍ଡପରେ ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା ଚେନ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.