ରାୟପୁର: ଆଜି ପବିତ୍ର ମହାଶିବରାତ୍ରି । ସାରା ଦେଶରେ ଶିବ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି । ଏହି ଅବସରରେ ଛତିଶଗଡ ବାଲୋଦ ଜିଲ୍ଲାର ପାଣ୍ଡେପାରାରେ ରହୁଥିବା ଶବନମ ରାନୀ ନାମ୍ନୀ ଜଣେ ମହିଳା ମହାଦେବଙ୍କ ହିନ୍ଦୁ ଧର୍ମକୁ ସ୍ୱୀକାର କରିଛନ୍ତି । ସେ ନିଜ ନାଁ ବଦଳାଇ ରାନୀ ଗୌର କରିଛନ୍ତି । ତାଙ୍କର ଏହି ଧର୍ମ ପରିବର୍ତ୍ତନ ସମୟରେ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ ଉପସ୍ଥିତ ଥିଲେ ।
ଧର୍ମ ପରିବର୍ତ୍ତନ କରିଥିବା ରୀନା କହିଛନ୍ତି, ଆରମ୍ଭରୁ ମୋର ବିଶ୍ୱାସ ସନାତନ ଧର୍ମ ଉପରେ ଥିଲା । ସେଥିପାଇଁ ମହାଶିବରାତ୍ରି ଅବସରରେ ସେ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି । ରାନୀ କହିଛନ୍ତି, ଆଜି ପବିତ୍ର ମହାଶିବରାତ୍ରିରେ ସନତନ ସଂସ୍କୃତିରେ ପ୍ରେରିତ ହୋଇ ମୁଁ ଇସଲାମରୁ ହିନ୍ଦୁ ହୋଇଛି । ଏବେ ମୁଁ ସ୍ୱାମୀଙ୍କ ସହ ଏହି ଧର୍ମ ଗ୍ରହଣ କରି ରହିବାକୁ ଚାହୁଁଛି ।
ସୂଚନାଥାଉ କି, ମହିଳାଙ୍କ ସ୍ୱାମୀ ହିନ୍ଦୁ ଥିଲେ । ତାଙ୍କର ନାମ ମନୋଜ ଗୌର । ସେ ସନତାନ ଧର୍ମ ପ୍ରତି ପ୍ରଭାବିତ ହୋଇଛନ୍ତି ଏବଂ ଏହା ସବୁଠାରୁ ପୁରୁଣା ସଂସ୍କୃତି ବୋଲି କହିଛନ୍ତି । ସନାତନ ଧର୍ମ ପାଇଁ ଯାହା ତାଙ୍କର ଦ୍ୱାରା ସମ୍ଭବ ସେ କରିବେ ବୋଲି କହିଛନ୍ତି ।
ରାନୀ କହିଛନ୍ତି, ଆଜି ବିଧିବିଧାନ ଅନୁସା ରେସେ ହିନ୍ଦୁ ଧର୍ମରେ ପ୍ରବେଶ କରିଛନ୍ତି । ଆଜି ସେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ବି କରିଛନ୍ତି । ସେଠାରେ ଦୀପ ଜଳାଇଲେ, ପୂଜାପାଠ ବି କଲେ । ସେ ପଶୁପତିନାଥଙ୍କ ବ୍ରତ ବି ରଖିଛନ୍ତି ।
Comments are closed.