Latest Odisha News

BREAKING NEWS

ମନ୍ଦିରରେ ମୁସଲମାନଙ୍କ ହନୁମାନ ଚାଳିଶା, ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଚତୁଃପାର୍ଶ୍ୱ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଏବଂ ହିନ୍ଦୁମାନେ ଏକତ୍ର ହୋଇ ପଢୁଛନ୍ତି ହନୁମାନ ଚାଳିଶା। ସାଙ୍ଗରେ ଜୟ ଶ୍ରୀରାମ ଧ୍ୱନୀ ମଧ୍ୟ ଦେଉଛନ୍ତି। ଶନିବାର ଏହାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାଟି ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ପ୍ରାୟ ଏକ ମିନିଟ୍ ପାଞ୍ଚ ସେକେଣ୍ଡର ଏହି ଭିଡିଓକୁ ଦେଖି ଲୋକେ ବହୁତ ପ୍ରଶଂସା କରିଛନ୍ତି।

ଏହି ଭିଡିଓରେ ମୁସଲମାନ ସମାଜର ଲୋକମାନେ ଏକ ହିନ୍ଦୁ ଯୁବକଙ୍କ ସହ ମନ୍ଦିରରେ ବସିଥିବାବେଳେ ହନୁମାନ ଚାଳିଶା ପାଠ କରୁଛନ୍ତି। ଏହାସହ ବଜରଙ୍ଗ ବଲୀ ଏବଂ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ମଧ୍ୟ ଦେଉଛନ୍ତି। ଏହି ଭାଇରାଲ ଭିଡିଓରେ ଅଖିଳ ଭାରତୀୟ ହିନ୍ଦୁ ସେନାର ଜିଲ୍ଲା ସଭାପତି ସଚିନ ଶର୍ମା ଚନ୍ଦଫରୀ ଗାଁର ଶ୍ରୀ ହନୁମାନ ମନ୍ଦିରରେ ବସିଥିବା ମୁସଲମାନ ଯୁବକମାନଙ୍କ ଦ୍ୱାରା ହନୁମାନ ଚାଳିଶା ପାଠ କରାଉଛନ୍ତି। ସେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଚାଳିଶା ପାଠରେ ସାମିଲ ହେବାକୁ ଡାକିଥିଲେ।

ସାମ୍ପ୍ରଦାୟିକ ସଦଭାବ ଏବଂ ସନାତନ ଧର୍ମ ବିଷୟରେ ସଚେତନା ବୃଦ୍ଧି ନିମନ୍ତେ ଏପରି କରିଥିଲେ। କିନ୍ତୁ ଏଥିରେ କାହାରିକୁ ବାଧ୍ୟ କରାଯାଇନଥିଲା। ଏହି ଭଡିଓକୁ ଲୋକେ ସକାରାତ୍ମକ ନଜରେ ଦେଖୁଛନ୍ତି। ତେବେ କିଛି ଲୋକ ଭିଡିଓରେ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେହି କେହି ଏହାକୁ ଭାଇଚାରା ବୃଦ୍ଧି କରିବା ପାଇଁ ଏକ ଭଲ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିବାବେଳେ କେହି କେହି କହିଛନ୍ତି ଯେ ମନ୍ଦିରରେ ଭଗବାନଙ୍କ ପ୍ରତିମା ଆଡକୁ ପଛପଟୁ ବସିବା ଉଚିତ୍ ନୁହେଁ। ଏହି ପରିପ୍ରେକ୍ଷୀରେ ସଚିନ ଶର୍ମା କହିଛନ୍ତି ଯେ ଦଶଟି ମୁସଲମାନ ପରିବାରର ଲୋକମାନେ ସ୍ବେଚ୍ଛାକୃତ ଭାବରେ ହନୁମାନ ଚାଳିଶା ପଢିଛନ୍ତି ଏବଂ ଭଗବାନଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

Leave A Reply

Your email address will not be published.