Latest Odisha News

BREAKING NEWS

ରେଳ ଧାରଣାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ହୀରାକୁଦ ଷ୍ଟେସନ ନିକଟରେ ଅଘଟଣ । ଷ୍ଟେସନ ନିକଟ ଏ . କଟାପାଲି ଓଭରବ୍ରିଜ ତଳେ ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଟ୍ରେନରେ କଟି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

ମୃତ ଦେହ ନିକଟରେ ହେଲମେଟ ବିସ୍କୁଟ ଓ ଏକ ଡାଏରୀ ରଖାଯାଇଥିବା ଦେଖିବାକୁ ମିଳିଛି ।ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନୁମାନ କରାଯାଇଛି । ଖବର ପାଇଁ ଜିଆରପି ପୋଲିସ ଓ ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.