Latest Odisha News

BREAKING NEWS

ପୁଣି ଅଘଟଣ: ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ

ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ ନିକଟରେ ଅଘଟଣ । ମହାନଦୀରେ ବୁଡି ଦୁଇ ଯୁବକ ମୃତ, ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ । ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଦୁଇ ଯୁବକ ମୃତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମର ଦୁଇ ଯୁବକ  ।

ସକାଳ ୯ଟା ସମୟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ । ବହୁତ ଖୋଜାଖୋଜି ପରେ ଦୁଇ ଜଣଙ୍କ ଶବ ନଦୀରୁ ଉଦ୍ଧାର ହୋଇଛି । ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ମୃତକ ପଥୁରିଆ ଗାଁର ୧୯ ବର୍ଷୀୟ ରାଜୀବ ଲୋଚନ ସାହୁ ଓ ୧୮ ବର୍ଷୀୟ ଗଣେସ୍ୱର ସାହୁ ।

Leave A Reply

Your email address will not be published.