ବଲାଙ୍ଗୀର : ରେଳ ଧାରଣାରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀଙ୍କ ଜଣକ ହେଲେ ବଲାଙ୍ଗିର ତାଲପାଳି ପଡ଼ାର ସାରିକା ସାଏ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ।
ଆଜି ସକାଳେ ରେଳ ଧାରଣାରେ ସାରିକାଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଘଟଣା ସମ୍ପର୍କରେ ଜିଆରପିକୁ ଖବର ଦେଇଥିଲେ। ରେଳ ଧାରଣା ନିକଟ ଦେଇ ଯାଇଥିବା ରାସ୍ତାରେ ସାରିକାଙ୍କର କାର ଥୁଆ ହୋଇଥିଲା। ତେବେ ସାରିକା କାର୍ରେ ଆସି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି । ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଲାଙ୍ଗିର ଜିଆର୍ପି ଘଟଣାର ତଦନ୍ତ ଜାରି ରଖିଛି ।
Comments are closed.