Latest Odisha News

ମହାରାଷ୍ଟ୍ର ନିର୍ବାଚନ : କଂଗ୍ରେସକୁ ଜଣା ନାହିଁ ରାଜନୀତିର କ-ଖ-ଗ-ଘ…

ମୁମ୍ବାଇ: ମହାରାଷ୍ଟ୍ର ମହା ବିକାଶ ଅଘାଡି (ଏମଭିଏ)ରେ ବିଳମ୍ବ ହୋଇଛି ସିଟ ସେୟାରିଂ। ଏହାକୁ ନେଇ ଶୁକ୍ରବାର ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ। ରାଜ୍ୟର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅସଫଳ ବୋଲି ଦାବି କରିଛନ୍ତି। ଏନେଇ ରାଜ୍ୟ କଂଗ୍ରେସକୁ ରାଜନୀତିର କ-ଖ-ଗ-ଘ… ଜଣା ନଥିବା ଚର୍ଚ୍ଚା ହେଉଛି। ମୁମ୍ବାଇରେ ସଞ୍ଜୟ ରାଉତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ମୋଟ ଆସନ ୨୮୮ ରୁ ୨୦୦ ଆସନରେ ନିଷ୍ପତ୍ତି ଶେଷ ହୋଇଛି। ଏମଭିଏ ରେ କଂଗ୍ରେସ,ଶିବସେନା (ୟୁବିଟି) ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ଚନ୍ଦ୍ର ପାୱାର) ସାମିଲ ଅଛନ୍ତି।

 

ରାଜ୍ୟସଭା ସାଂସଦ ରାଉତ କହିଛନ୍ତି, ସେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ସମୟ ବହୁତ କମ ଥିବାରୁ ଏହି ଆସନ ବଣ୍ଟନ ପ୍ରକ୍ରିୟା ଶୀଘ୍ର ହେବା ଆବଶ୍ୟକ। ମହାରାଷ୍ଟ୍ର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅସମର୍ଥ ହେତୁ ସେମାନଙ୍କୁ ବାରମ୍ବାର ଚିଠା ଦିଲ୍ଲୀ ପଠାଇବାକୁ ପଡୁଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ରାଜ୍ୟରେ ମତଦାନ ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ବେଳେ ୨୩ ତାରିଖରେ ଭୋଟ ଗଣତି କରାଯିବ।

Leave A Reply

Your email address will not be published.