Latest Odisha News

BREAKING NEWS

ଏଚଡ଼ିଏଫସି ଲଞ୍ଚ୍ କଲା ‘ମାଇଁ ଆପ୍ସ’; ଜାଣନ୍ତୁ କେଉଁ ଗ୍ରାହକ ପାଇପାରିବେ ଏହି ସୁବିଧା !

ଭୁବନେଶ୍ୱର: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାପାଇଁ ଏଚଡିଏଫସି ବ୍ୟାଙ୍କ ଗୁରୁବାରକୁ ‘ ମାଇଁ ଆପ୍ସ’ (My Apps) ନାମକ ଏକ ଆପ୍ସ ଲଞ୍ଚ କରିଛି | ଏହି ଆପ୍ସ ରେ ବହୁତ କିଛି ବ୍ୟାଙ୍କିଙ୍ଗ ପ୍ରଡକ୍ଟ ସାମିଲ କରାଯାଇଛି | ଯେଉଁଥିରେ ସହରୀ ଲୋକାଲ କ୍ଲବ , ବ୍ୟାୟାମଶାଳା ବ ଧାର୍ମିକ ଅନୁଷ୍ଠାନ ମାନଙ୍କୁ ଫାଇଦା ମିଳିବ | ଏହି ସୁବିଧା ପାଇବା ପାଇଁ ବାସ କେବଳ ନିଜର ବ୍ୟାଙ୍କ ଆକାଉଣ୍ଟ ଏହି ବ୍ୟାଙ୍କରେ ଖୋଲିବାକୁ ପଡିବ | ଏହି ଆପ୍ସ ରେ ଡାଟା ସୁରକ୍ଷାର ଖାସ ଧ୍ୟାନ ଦିଆଯାଇଛି | ଏକଦମ ନୂଆ ପ୍ରକାରରେ ଏଚଡ଼ିଏଫସି ବ୍ୟାଙ୍କ ‘ ମାଇଁ ଆପ୍ସ’ ଜରିଆରେ ନିଜର ଇକୋ ସିଷ୍ଟମ ଡିଜିଟାଲାଇଜ କରୁଛି |

ବର୍ତ୍ତମାନ ବ୍ୟାଙ୍କ ଏହି ଆପ୍ସ ରେ ଚାରି ପ୍ରକାରର ଆପ୍ଲିକେସନ ପ୍ରଦାନ କରୁଛି | ଏଥିରେ – ମାଇଁ ସୋସାଇଟି, ମାଇଁ ପ୍ରେୟର, ମାଇଁ କ୍ଲବ ଓ ମାଇଁ ସିଟି | ଏଚଡ଼ିଏଫସି କହିଛି ଯେ ଏହି ‘ମାଇଁ ଆପ୍ସ’ ସାହାଯ୍ୟରେ ସଂସ୍ଥା ସବୁ ନିଜର ବ୍ରାଣ୍ଡିଙ୍ଗ ଓ କଣ୍ଟେଣ୍ଟ କୁ କଷ୍ଟମାଇଜ କରିବାକୁ ସାହାଯ୍ୟ କରିବ | ମାଇଁ ଆପ୍ସ ଆପ୍ଲିକେସନ ସବୁ ଇନଷ୍ଟିଚ୍ୟୁଟ ର ସବୁ ସଦସ୍ୟଙ୍କ ପାଇଁ ଫ୍ରି ହେବ |

ଏଥିପାଇଁ କୌଣସି ମାସିକ ଶୁଳ୍କ ଲାଗିବ ନାହିଁ | ସଦସ୍ୟ ଏହି ଆପ୍ସ ଜରିଆରେ ମାସିକ ବିଲ ଦାଖଲ କରିପାରିବ | ସବୁ ସୁବିଧା ପାଇଁ ଅନଲାଇନ ବୁକ କରିପାରିବ | ମାଇଁ ଆପ୍ସ ଜରିଆରେ ସଂଗଠନ ସବୁ ପେମେଣ୍ଟ ରିପୋର୍ଟ, ସଦସ୍ୟଙ୍କ ବୁକ କରାଯାଇଥିବା ସୁବିଧା, ୟୁଜର ଙ୍କ ତରଫରୁ ପଠା ଯାଇଥିବା ଅନୁରୋଧ ବା ଅସୁବିଧା ପର୍ଯ୍ୟନ୍ତ ଆକ୍ସେସ ବହୁତ ସହଜ ହେବ |

Leave A Reply

Your email address will not be published.