Latest Odisha News

BREAKING NEWS

୫୦୦ ବର୍ଷର ଶ୍ରେଷ୍ଠ ଶାସକ ରାଜା ରଣଜିତ ସିଂହ; ଆମେରିକାନ୍ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ୫୦୦ ବର୍ଷ ଭାରତୀୟ ଇତିହାସର ସର୍ବଶ୍ରେଷ୍ଠ ଶାସକ ଭାବେ ଶିଖ୍ ରାଜା ରଣଜିତ ସିଂଙ୍କୁ ବଛାଯାଇଛି । ଆମେରିକା ୟୁନିଭରସିଟି ଅଫ ଆଲବାମା ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପଞ୍ଜାବକୁ ଏକସୂତ୍ରରେ ବାନ୍ଧିବା ଏବଂ ଏହି ରାଜ୍ୟର ସୀମା ପେଶାୱରରୁ କଶ୍ମୀର ପର୍ଯ୍ୟନ୍ତ ବୃଦ୍ଧି କରାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହି ପ୍ରଥମ ଶିଖ ଶାସକଙ୍କ ମୃତ୍ୟୁର ୧୮୦ ବର୍ଷ ପରେ ଏହି ସର୍ଭେ କରାଯାଇଥିଲା । ତାଙ୍କର ରଣ କୌଶଳ, କାର୍ଯ୍ୟ ଶୈଳୀ, ପ୍ରଜା ନୀତି, ସେନାର ନବୀକରଣ ଓ ଆର୍ଥୀକ ବ୍ୟାପାର ଏବଂ ନୀତିକୁ ଏବେ ମଧ୍ୟ ପ୍ରଶଂସା କରାଯାଉଛି ।

ରଣଜିତ ସିଂହଜୀଙ୍କ ବଂଶଜ ଜସବିନ୍ଦର ସିଂ କହିଛନ୍ତି, “ଭାରତରେ ତାଙ୍କୁ ଯେତିକି ସମ୍ମାନ ମିଳି ନଥିଲା ବରଂ ତା’ଠାରୁ ଅଧିକ ସେ ବିଦେଶରେ ପାଇଛନ୍ତି । ସେ କୌଣସି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇ ନଥିଲେ । ଜିଜିୟା କର ମଧ୍ୟ ଉଠାଇ ଦେଇଥିଲେ ।

ସେ ଅମୃତସର ହରିମନ୍ଦିର ସାହିବ ଗୁରୁଦ୍ୱାରରେ ମାର୍ବଲ ଏବଂ ସୁନାର ଛାଉଣୀ କରାଇଥିଲେ । ସେବେଠାରୁ ତାହାକୁ ‘ସ୍ୱର୍ଣ୍ଣ ମନ୍ଦିର’ କୁହାଯାଉଛି ।

Leave A Reply

Your email address will not be published.