ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଦେଇଛନ୍ତି ବଡ ବୟାନ। ନିଜ ବୟାନ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଣି ଶଙ୍କର ଗାନ୍ଧି ପରିବାରକୁ ନେଇ ବୟାନ ଦେଇଛନ୍ତି। ଗାନ୍ଧୀ ପରିବାର ଟଙ୍କା ଭବିଷ୍ୟତ ନଷ୍ଟ କରିଥିବା ସେ କହିଛନ୍ତି। ତେବେ ମଣିଶଙ୍କର ଓ ଗାନ୍ଧୀ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ମଣି ଶଙ୍କର ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି । ସେ ତାଙ୍କ ରାଜନୈତିକ ଯାତ୍ରାକୁ ପରସ୍ପର ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି। ଗାନ୍ଧି ପରିବାର ତାଙ୍କ କ୍ୟାରିୟର ତିଆରି କରିଥିଲେ ଓ ନଷ୍ଟ ମଧ୍ୟ କରିଥିଲେ ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୧୦ ବର୍ଷ ଧରି ମୋତେ ସୋନିଆ ଗାନ୍ଧିଙ୍କୁ ଏକାକୀ ଭେଟିବାର ସୁଯୋଗ ଦିଆଯାଇନଥିଲା। ସେହିପରି ଥରେ ବ୍ୟତୀତ ମୋତେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ କଥାବାର୍ତ୍ତା କିମ୍ବା ସାକ୍ଷାତ କରିବାର ସୁଯୋଗ ମିଳିନଥିଲା। କିନ୍ତୁ ମୁଁ ପ୍ରିୟଙ୍କାଙ୍କ ସହ ଦୁଇ ଥର ସାକ୍ଷାତ କରିଛି । ସେ ମୋତେ ଫୋନ୍ କରି ମୋର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରନ୍ତି। ତେଣୁ ମୁଁ ତାଙ୍କ ସହ ଯୋଗାଯୋଗରେ ଅଛି।
ସେ ଆହୁରି କହିଛନ୍ତି, ଗାନ୍ଧି ପରିବାର ଦ୍ୱାରା ମୋର ରାଜନୈତିକ କ୍ୟାରିୟର ତିଆରି ହୋଇଥିଲା ଏବଂ ନଷ୍ଟ ମଧ୍ୟ ହୋଇଥିଲା। ଏବଂ ମୁଁ ଏହାକୁ ସେମିତି ନେଉଛି। ଏବେ ମୁଁ ଦଳ ବାହାରେ ରହିବାରେ ଅଭ୍ୟସ୍ତ ହୋଇଛି। ହେଲେ ମୁଁ ଆଜି ମଧ୍ୟ ଦଳରେ ଅଛି।