Latest Odisha News

BREAKING NEWS

ମୋ ଫିଲ୍ମ ରିଲିଜ୍ ଅଟକାଇ ଦେଲେ, କିନ୍ତୁ ପାକ ସହ ମ୍ୟାଚ୍…  

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ତାଙ୍କର ସ୍ପଷ୍ଟବାଦିତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ପହଲଗାମ ଆକ୍ରମଣ ପରେ ପଞ୍ଜାବୀ ଫିଲ୍ମ “ସର୍ଦ୍ଦାରଜୀ ୩”ରେ ପାକିସ୍ତାନୀ କଳାକାରଙ୍କ ଅଭିନୟକୁ ନେଇ ଭାରତରେ ଫିଲ୍ମ ରିଲିଜ ବ୍ୟାନ କରାଯାଇଥିଲା।

କିନ୍ତୁ ଏହି ଫିଲ୍ମଟି ଭାରତ ବାହାରେ ଅନେକ ଦେଶରେ ମୁକ୍ତିଲାଭ କରିଥିଲା ଏବଂ ଯଥେଷ୍ଟ ରାଜସ୍ୱ ହାସଲ କରିଥିଲା। ଆଉ ଏବେ ଦିଲଜିତ ଭାରତରେ ଫିଲ୍ମ ବ୍ୟାନ୍ ଉପରେ ମୁହଁ ଖୋଲିଛନ୍ତି। “ସର୍ଦ୍ଦାରଜୀ ୩” ଚଳଚ୍ଚିତ୍ର ବିବାଦ ଉପରେ ପ୍ରଥମ ଥର ପାଇଁ ଦିଲଜିତ ନିଜର ନୀରବତା ଭାଙ୍ଗିଛନ୍ତି। ସେ ବର୍ତ୍ତମାନ ମାଲେସିଆରେ ତାଙ୍କ ଓରା ଟୁରରେ ଅଛନ୍ତି।

ଏକ ଲାଇଭ୍ କନସର୍ଟ ସମୟରେ ଦିଲଜିତ ଦୋସାଞ୍ଜ ତାଙ୍କ ଦେଶର ପତାକାକୁ ସଲାମ କରିଥିଲେ ଏବଂ ତା’ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦିଲଜିତ ଭାରତୀୟ ପତାକାକୁ ସଲାମ କରି କୁହନ୍ତି, “ଏହା ମୋ ଦେଶର ପତାକା।” ମୁଁ ସବୁବେଳେ ଏହାକୁ ସମ୍ମାନ କରେ। ମୋର ଫିଲ୍ମ ସର୍ଦ୍ଦାରଜୀ ୩ ଫେବୃଆରୀରେ ସୁଟିଂ ହୋଇଥିଲା, କିନ୍ତୁ ମ୍ୟାଚ୍ ଏବେ ବି ଖେଳାଯାଉଛି। ମୋ ପାଖରେ ଅନେକ ଉତ୍ତର ଅଛି କିନ୍ତୁ ମୁଁ ନୀରବ ରହିଛି।

ସେହି ଆକ୍ରମଣ ପରେ ଏବଂ ଆଜି ମଧ୍ୟ ଆମେ ପ୍ରାର୍ଥନା କରୁଛୁ ଯେ ଆତଙ୍କବାଦୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ। ଏତିକି ପାର୍ଥକ୍ୟ ହେଉଛି ଯେ ମୋର ଫିଲ୍ମ ଆକ୍ରମଣ ପୂର୍ବରୁ ସୁଟିଂ ହୋଇଥିଲା ଏବଂ ମ୍ୟାଚ୍ ପରେ ହୋଇଥିଲା।

ସେହିପରି ଗଣମାଧ୍ୟମକୁ ଟାର୍ଗେଟ କରି ଦିଲଜିତ କହିଛନ୍ତି, ଜାତୀୟ ଗଣମାଧ୍ୟମ ମୋତେ ଦେଶ ବିରୋଧୀ ବୋଲି କହିଥିଲେ, କିନ୍ତୁ ଶିଖ ଏବଂ ପଞ୍ଜାବୀ ସମ୍ପ୍ରଦାୟ କେବେବି ଦେଶ ବିରୋଧରେ ଯାଇପାରିବେ ନାହିଁ। ମୋର ଅନେକ ଉତ୍ତର ଅଛି, କିନ୍ତୁ ମୁଁ ନୀରବ ରହିଲି ଏବଂ ସବୁକିଛି ନିଜ ପାଖରେ ରଖିଲି।

 

Comments are closed.