Latest Odisha News

BREAKING NEWS

ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନୀ ସାମ୍ବାଦିକା; ଆମେ ଭଲ ବନ୍ଧୁ, ପ୍ରେମୀ ନୁହେଁ

ନୂଆଦିଲ୍ଲୀ: ଆଜିକାଲି ପଞ୍ଜାବ ରାଜନୀତିରେ ପାକିସ୍ତାନର ପୂର୍ବତନ ସାମ୍ବାଦିକା ଅରୁସା ଆଲାମଙ୍କ ଆଇଏସଆଇ ଲିଙ୍କ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଥିବା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ଏତିକି ନୁହେଁ, ପାକିସ୍ତାନୀ ସାମ୍ବାଦିକା ଅରୁସାଙ୍କ ଆଇଏସଆଇ ଲିଙ୍କକୁ ନେଇ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।

ଏ ବାବଦରେ ପାକିସ୍ତାନୀ ସାମ୍ବାଦିକା ଅରୁସା ଆଲାମ ମୁହଁ ଖୋଲିଛନ୍ତି। ସେ କ୍ୟାପଟେନଙ୍କ ସହ ଆଇଏସଆଇ ଲିଙ୍କ ଏବଂ ତାଙ୍କ ସମ୍ପର୍କ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅମରିନ୍ଦର ତାଙ୍କର ସୋଲ ମେଟ୍‌, ପ୍ରେମୀ ନୁହଁନ୍ତି।

ଅରୁସା ଆଲାମ କ୍ୟାପଟେନଙ୍କ ସହ ହୋଇଥିବା ‘ପ୍ରେମ ସମ୍ପର୍କ’ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେମାନେ କେବଳ ଭଲ ବନ୍ଧୁ, ପ୍ରେମୀ ନୁହଁନ୍ତି। ଅରୁସା କହିଛନ୍ତି ଯେ ଯେତେବେଳେ ଆମେ ପ୍ରଥମେ ଭେଟିଲୁ, ସେତେବେଳ ତାଙ୍କୁ ୬୬ ବର୍ଷ ଏବଂ ମୋତେ ୫୬ ବର୍ଷ ହୋଇଥିଲା। ଏହି ବୟସରେ କେହି ପ୍ରେମିକର ସନ୍ଧାନରେ ନାହାଁନ୍ତି। ଆମେ ଏପରି ଏକ ସମୟରେ ଭେଟିଥିଲୁ ଯେଉଁଠାରେ ପ୍ରେମ ଏବଂ ରୋମାନ୍ସର କୌଣସି ସ୍ଥାନ ନାହିଁ। ଆମେ ଭଲ ବନ୍ଧୁ , ଆମେ ସୋଲ୍‌ମେଟ, ଆମେ ପ୍ରେମୀ ନୁହଁ।

ସୂଚନା ଅନୁଯାୟୀ ପାକିସ୍ତାନୀ ସାମ୍ବାଦିକା ଅରୁସା ଆଲାମ ଆଇଏସଆଇ ସହ ଲିଙ୍କ ହୋଇଥିବା ଅଭିଯୋଗକୁ ଅତ୍ୟନ୍ତ ଅପମାନଜନକ ଏବଂ ନିରାଶାଜନକ ବୋଲି କହିଛନ୍ତି। ଏହି ଅଭିଯୋଗରେ ଭାରତୀୟ ଏଜେନ୍ସିର ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.