Latest Odisha News

BREAKING NEWS

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର ଏହି ଭାରତରେ ରହିଛି, ଯାହା ଅତ୍ୟନ୍ତ ରହସ୍ୟମୟ। ଏବଂ ବିଚିତ୍ର। ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ମନ୍ଦିରରେ ଥିବା ମୂର୍ତ୍ତି ଗୁଡିକ ପରସ୍ପର ଭିତରେ କଥା ହୋଇଥା’ନ୍ତି।

ସେହି ମନ୍ଦିରଟି ହେଉଛି ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିର। ବିହାରରେ ରହିଛି ପ୍ରସିଦ୍ଧ ତ୍ରିପୁରା ସୁନ୍ଦରୀ ମନ୍ଦିର। ଏହି ମନ୍ଦିରଟି ୪୦୦ ବର୍ଷ ପୂର୍ବେ ସ୍ଥାପନା କରାଯାଇଥିଲା। ଏହି ମନ୍ଦିର ତନ୍ତ୍ରସାଧନା ପାଇଁ ପ୍ରସିଦ୍ଧ ଅଟେ। ବହୁ ବଡ଼ ବଡ଼ ତନ୍ତ୍ର ସାଧକ ମାନେ ଏହିଠାରେ ତ୍ରିପୁରା ସାଧନା କରି ସିଦ୍ଧିପ୍ରାପ୍ତ କରିଥାନ୍ତି। ଦେବୀ ତ୍ରିପୁରା ସୁନ୍ଦରୀ ବହୁତ ପ୍ରତ୍ୟକ୍ଷ। ଏହି ମନ୍ଦିରର ସବୁଠାରୁ ରହସ୍ୟମୟ କଥା ହେଉଛି ମନ୍ଦିରରେ ଥିବା ମୂର୍ତ୍ତି ଗୁଡିକ ପରସ୍ପର ଭିତରେ କଥା ହୋଇଥା’ନ୍ତି । କୁହାଯାଏ, ମନ୍ଦିର ରାତ୍ର ପହୁଡ଼ ପରେ ଏହି ମନ୍ଦିରରେ କେହି ରୁହନ୍ତି ନାହିଁ। କେବଳ ମନ୍ଦିର ପରିସର ବାହାରେ ରାତ୍ର ଜଗୁଆଳି ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି। କିନ୍ତୁ ପ୍ରତିଦିନ ମଧ୍ୟରାତ୍ରିରେ ଏହି ମନ୍ଦିର ଭିତରୁ ଅନେକ କଥାବାର୍ତ୍ତା ଶୁଣାଯାଇଥାଏ। ଏହାର ରହସ୍ୟ ଜାଣିବାକୁ ଅନେକ ବ୍ୟକ୍ତି ଓ ପୂଜକମାନେ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି। ବୈଜ୍ଞାନିକ ମାନେ ଏହି ମନ୍ଦିର ଉପରେ ଗବେଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରିନାହାନ୍ତି। ପରନ୍ତୁ ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତୀ ଗୁଡିକର ପ୍ରତିଦିନ କିଛି ବିଲକ୍ଷଣ ପରିଦୃଷ୍ଟ ହୋଇଥାଏ। ଅର୍ଥାତ ଏହିମାନେ ରାତ୍ରରେ ଜୀବନ୍ତ ରୂପ ନେଇ ପରସ୍ପର ବାର୍ତାଳାପ କରିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି।

Comments are closed.