Latest Odisha News

BREAKING NEWS

ଚୀନ ଚାଲାକି: ଲୋକମାନେ ପାର୍ସଲ ମାଧ୍ୟମରେ ପାଉଛନ୍ତି ରହସ୍ୟମୟ ମଞ୍ଜି

ବେଜିଂ: ଚୀନର ଏକ ପ୍ରକାର ରହସ୍ୟମୟ ଓ ଅଜଣା ମଞ୍ଜି ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି । ଆମେରିକା, ଜାପାନ ଓ ଭାରତ ପ୍ରମୁଖ ଦେଶ ସତର୍କତା ଅବଲମ୍ବନ କରିବା ନେଇ ଆଲର୍ଟ ଜାରି କରିଛନ୍ତି । ଏହି ମଞ୍ଜି ପଠାଇବା ପଛରେ ଚୀନର କଣ ଚାଲାକି ରହିଛି ତାହା ଜଣା ପଡି ନାହିଁ । ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ଏହି ମଞ୍ଜି ମାଧ୍ୟମରେ ଚୀନ ଏକ ନୂଆ ପ୍ରକାରର ଜୈବ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ଅନୁମାନ କରାଯାଉଥିବାରୁ ତାହାକୁ ନେଇ ବିଭିନ୍ନ ଦେଶରେ ଚିନ୍ତା ପ୍ରକାଶ ପାଇଛି ।

ଏପରି ରହସ୍ୟମୟ ମଞ୍ଜି ଥିବା ପାର୍ସଲ ଆମେରିକା, ବ୍ରିଟେନ, ନ୍ୟୁଜିଲାଣ୍ଡ, କାନାଡା, ଜାପାନ ସମେତ ୟୁରୋପର କିଛି ଦେଶର ଲୋକମାନେ ପାଇଥିବା ଜଣାପଡ଼ିଛି । ଆମେରିକାର କୃଷି ବିଭାଗ କହିିଛି ଯେ ଏହି ରହସ୍ୟମୟ ମଞ୍ଜି ଚୀନରୁ ଆସିଛି । ଲୋକମାନେ ପ୍ରାୟ ୧୪ ପ୍ରକାରର ମଞ୍ଜି ପାଇଥିବା ବିଭାଗ ସ୍ପଷ୍ଟ କରିଛି । ଏପରି ମଞ୍ଜି ମିଳିଲେ ତାହାକୁ ଜମିରେ ନ ପୋତିବାକୁ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଭିନ୍ନ ଦେଶର କୃଷି ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷାକୁ ହାନୀ ପହଞ୍ଚାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମେରିକା ସଂଦେହ କରୁଛି । ତେବେ ଚୀନ ଏହାକୁ ଖଣ୍ଡନ କରିଛି । ଅନ୍ୟପକ୍ଷରେ ଏସବୁ ରହସ୍ୟମୟ ମଞ୍ଜି ସଂପର୍କରେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଭାରତୀୟ ଜାତୀୟ ବୀଜ ସଂଘ (ଏନଏସଏଆଇ) ପକ୍ଷରୁ ଏ ନେଇ ସରକାରଙ୍କୁ ସତର୍କ କରିବା ସହ ଏହା ଯେପରି ଜମିରେ ନ ପହଞ୍ଚେ ସେ ନେଇ ପଦକ୍ଷେପ ନେବାକୁ କହିଛି ।

Comments are closed.