Latest Odisha News

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ବାଲେଶ୍ୱରରେ ବଜ୍ରାଘାତରେ ଭାଇଭଉଣୀ ମୃତ

ସୋର: ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ଆସିଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କିନ୍ତୁ କିଏ ଜାଣିଥିଲା ଏଇ ହସଖୁସି ଥିଲା କ୍ଷଣିକ ପାଇଁ । ଗୋଟିଏ ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଲିଭି ଗଲା ଦୁଇ ଦୁଇଟି ଜୀବନ ଦୀପ ।

ଘଟଣାଟି ଘଟିଛି ବାଲେଶ୍ୱର ଖନ୍ତାପଡା ଥାନା ମଣ୍ଡ ଗାଁରେ । ସୂଚନା ଅନୁଯାୟୀ, ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ନିରଂଜନ ଦଳେଇ ପୁଅ ସୁଶାନ୍ତଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ରାକ୍ଷୀ ବାନ୍ଧିବା ପରେ ଘର ବାହାରେ ଦୁହେଁ ମିଶି ଖାଉଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଳରେ ଆଶା ଓ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ପରିବାରର ଅନ୍ୟ ଦୁଇ ସଦସ୍ୟ ଆହତ ହୋଇଛନ୍ତି ।

Leave A Reply

Your email address will not be published.