Latest Odisha News

BREAKING NEWS

ୟେମେନର ରହସ୍ୟମୟ ଡ୍ରାଗନ ଟ୍ରି …

ଭୁବନେଶ୍ୱର: ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଅନେକ ପ୍ରାକୃତିକ ଗୁଳ୍ମଲତା ଯାହାକି ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି । ୟେମେନ ଦେଶର ଏକ ଦ୍ୱୀପରେ ମିଳୁଥିବା ଡ୍ରାଗନ୍ ଟ୍ରି ବା ଡ୍ରାଗନ୍ ବ୍ଲଡ୍ ଟ୍ରି ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ପ୍ରକୃତିର ରହସ୍ୟମୟ ଡ୍ରାଗନ୍ ବ୍ଲଡ୍ ଟ୍ରି  ରହିଛି ୟେମେନ୍‌ ର ଏକ ଦ୍ୱିପ ସୋକୋଟ୍ରାରେ । ଏହି ଦ୍ୱିପ ଟି ଏକ ପାହାଡ଼ିଆ ଅଞ୍ଚଳ ତା ଭିତରେ ଏମିତି ଅନେକ ଆଶ୍ଚର୍ଯ୍ୟକର ବୃକ୍ଷ ଦେଖିବାକୁ ମିଳିଥାଏ । ସୋକୋଟ୍ରାରେ ଦେଖାଯାଉଥିବା ସେମିତି ଏକ ଆଶ୍ଚର୍ଯ୍ୟକର ବୃକ୍ଷ ହେଉଛି ଡ୍ରାଗନ ବ୍ଲଡ ଟ୍ରି । ଏହି ଡ୍ରାଗନ ବ୍ଲଡ ଟ୍ରି ବିଶ୍ୱର  କୌଣସି ସ୍ଥାନରେ ଦେଖାଯାଏ ନାହିଁ । ଏହି ବୃକ୍ଷର ଅବସ୍ଥିତି ଓ ତାର ଆକାର ହିଁ ରହସ୍ୟର ମୂଳ ଉପାଦାନ । ପୃଥିବୀରେ ଦେଖାଯାଉଥିବା ବିଭିନ୍ନ ବୃକ୍ଷ ଲତା କେବଳ ଗୋଟିଏ ସ୍ଥାନ ନୁହେଁ ଅନେକ ସ୍ଥାନରେ ଦେଖାଯାଇଥାଏ । ସେମାନଙ୍କର ନାମ ବିଭିନ୍ନ ପ୍ରକାର ର ହୋଇଥିଲେ ମଧ୍ୟ ସମାନ ପ୍ରଜାତିର ଅନେକ ବୃକ୍ଷଲତା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ ।ମାତ୍ର ଡ୍ରାଗନ ବ୍ଲଡ ଟ୍ରି କିନ୍ତୁ କେବଳ ଏହି ସକୋଟ୍ରା ଦ୍ୱୀପରେ ହିଁ ଦେଖାଯାଇଥାଏ । ଏହି ବୃକ୍ଷକୁ ନେଇ ଅନେକ ଲୋକକଥା ମଧ୍ୟ ଶୁଣିବାକୁ ମିଳିଥଏ । ଲୋକ ବିଶ୍ୱାସ ଅନୁସାରେ ଏହି ଦ୍ୱିପରେ ହଜାରହଜାର ବର୍ଷ ତଳେ ଡ୍ରାଗନ ବସବାସ କରୁଥିଲେ  ସେହି ଡ୍ରାଗନ ଧ୍ୱଂସ ପାଇବା ସମୟରେ ହିଁ ସେମାନଙ୍କ ରକ୍ତରୁ ଏଭଳି ଆଶ୍ଚର୍ଯ୍ୟକର ବୃକ୍ଷ ସୃଷ୍ଟି ହୋଇଛି ।ଏହି ବୃକ୍ଷରେ ଦେଖାଯାଉଥିବା ନାଲି ରଂଗର ଦାଗକୁ ଡ୍ରାଗନର ରକ୍ତ ବୋଲି ବିଶ୍ୱାସ କରାଯାଏ ।

ପ୍ରକୃତରେ ଡ୍ରାଗନ ନାମକ ଏକ ଜୀବ ପୃଥିବୀରେ ଥିଲେ ନା ନାହିଁ ତାକୁ ନେଇ ରହିଛି ଅନେକ ମତ ।ତେଣୁ ସେମାନଙ୍କ ରକ୍ତରୁ ଏପରି ବୃକ୍ଷର ସୃଷ୍ଟି ହେବା ଘଟଣା ନିହାତି ମନରେ ରହସ୍ୟସୃଷ୍ଟି କରିବ ।ତେବେ ସକୋଟ୍ରାରେ ବାସ କରୁଥିବା ଅଧିବାସୀ ମାନଙ୍କର ବିଶ୍ୱାସରେ କିନ୍ତୁ ଏହି ବୃକ୍ଷ ଏକ ଗୁରୁତ୍ୱପୂଣ୍ର୍ଣ ସ୍ଥାନ ନେଇଛି । ଏହି ବୃକ୍ଷରେ ଅନେକ େଔଷଧୀୟ ଗୁଣ ରହିଥିବା କୁହାଯାଇଥାଏ ।ଏପରିକି ଡ୍ରାଗନ ବ୍ଲଡର ବିଭିନ୍ନ ଅଶଂକୁ ସେମାନେ ବିଭିନ୍ନ ରୋଗର ନିରାକରଣ ପାଇଁ ବ୍ୟବହାର କରିଥାନ୍ତି । ତେବେ ଏହି ବୃକ୍ଷ ମଧ୍ୟ  ଏକ ରହସ୍ୟ ଅଟେ । ଏହି ବୃକ୍ଷ  ଏକ ଛତା ଆକୃତିର । ଯାହାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି । ଏପରିକି ଶୁଣାଯାଏ ଯେ ଏହି ଗଛର ମୃଜିକୁ ନେଇ ଅନ୍ୟ ସ୍ଥାନରେ ଏପରି ଗଛ ଲଗାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏପରି ଛତା ଅାକୃତିର ଗଛ ହୋଇ ନଥାଏ ।ଏପରି ବୃକ୍ଷକୁ ନେଇ ଏମିତି ଅନେକ କଥା ଶୁଣିବାକୁ ମିଳିଥାଏ ।

ରହସ୍ୟମୟ ବୃକ୍ଷ ଲତା ପାଇଁ ଭାରତ ମହାସାଗର ର ସକୋଟ୍ରା ଦ୍ୱିପ ମଧ୍ୟ ହୋଇ ଯାଇଛି ରହସ୍ୟମୟ ।ଏହି ଦ୍ୱିପରେ ଦେଖାଦେଉଥିବା ଅଧିକାଶଂ ବୃକ୍ଷଲତା ପୃଥିବୀର ଅନ୍ୟ ଭାଗରେ ଦେଖାଯାଏ ନାହିଁ ।ଏପରିକି ଏହି ସ୍ଥାନରେ ଦେଖା ଦେଉଥିବା ଡ୍ରାଗନ ବ୍ଲଡ ଟ୍ରି ହେଉଛି ସବୁଠାରୁ ଅଧିକ ରହସ୍ୟମୟ ।ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଥିବା ବିଶ୍ୱାସ କରାଯାଇଥାଏ ।ହେଲେ ଏ ଗଛର କୌଣସି ଇତିହାସ ଦେଖିବାକୁ ମିଳେ
ନାହିଁ।ଏପରିକି ଏପରି ବୃକ୍ଷର ଅବସ୍ଥିତି ପ୍ରାଗଐତିହାସିକ କାଳରୁ ରହିଥିବା କଥା ବିଶ୍ୱାସ କରାଯାଏ । ଏହି ବୃକ୍ଷକୁ ଡ୍ରାଗନ ସହ ଯୋଡ଼ିଦେବା ପରେ ଏହାକୁ ନେଇ ଅନେକ ରହସ୍ୟମୟ ଭାବନା ଦେଖିବାକୁ ମିଳିଥାଏ ପରିକି ଏଭଳି ଏକ ରୁକ୍ଷ ପାହଡ଼ିଆ ସ୍ଥାନରେ ଏପରି ନିଆରା ବୃକ୍ଷକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଥାନ୍ତି ।

ଏହି ଗଛକୁ ନେଇ ଏକ ବିଶ୍ୱାସ ମଧ୍ୟ ଦେଖିବାକୁ ମିଳିଥାଏ । କୁହାଯାଏ ଯେ ଏହି ଗଛକୁ କାଟିଲେ ତାର ଚେର ଓ ଗଣ୍ଡିରୁ ଡ୍ରାଗନର ରକ୍ତ ଏବେବି ବାହାରିଥାଏ । କିନ୍ତୁ ଏହି ବିଶ୍ୱାସକୁ ଅନେକ ଗବେଷକ ଗ୍ରହଣ କରି ନଥାନ୍ତି ସେମାନେ ଏଭଳି ବିଶ୍ୱାସକୁ ଅନ୍ଧବିଶ୍ୱାସ ବୋଲି କହିଥାନ୍ତି ।ତେବେ ଏଭଳି ଗଛର ଉତ୍ପତ୍ତିକୁ ନେଇ କୌଣସି ରହସ୍ୟ ନାହିଁ ବୋଲି ମଧ୍ୟ ଅନେକ ଗବେଷକ କହିଥାନ୍ତି । ପୃଥିବୀର ଅନ୍ୟ ଉଦ୍ଭିଦ ଭଳି ଏହି ଗଛ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବୋଲି ଗ୍ରହଣ କରାଯାଇଛି ।

ମାତ୍ର ସମସ୍ତ ତଥ୍ୟ ମଣିଷକୁ ରହସ୍ୟରୁ ବାହରକୁ ଆଣୁଥିଲେ ମଧ୍ୟ ଏଭଳି ବୃକ୍ଷ ପୃଥିବୀରେ ଅନ୍ୟ ସ୍ଥାନରେ ନ ଦେଖା ଯିବା କଥା ପୁଣି ଅନେକଙ୍କୁ ରହସ୍ୟ ମଧ୍ୟକୁ ଟାଣି ନେଇ ଥାଏ ।ତେବେ ଏହାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି ।

ତେବେ ଏହି ବୃକ୍ଷ ୟେମେନ୍‌ ଏହି ସକୋଟ୍ରା ଦ୍ୱୀପରେ ବାସକରୁଥିବା ଅଧିବାସୀ ମାନଙ୍କ ପାଇଁ ଖୁବ ରହସ୍ୟମୟ ।

ଛତା ଆକୃତିର ଏହି ଡ୍ରାଗନ ବ୍ଲଡ ଟ୍ରି ଏହି ନିର୍ଜନ ଦ୍ୱିପରେ ବାସ କରୁଥିବା ଅଧିବାସୀ ମାନଙ୍କର ଅନେକ କାର୍ଯ୍ୟରେ ଆସିଥାଏ ।ତେଣୁ ଏହି ବୃକ୍ଷକୁ ନେଇ ସେମାନଙ୍କ ମନରେ ବିଭିନ୍ନ ବିଶ୍ୱାସ ରହିବା ସ୍ୱାଭାବିକ ।

ପୃଥିବୀର ଏହି ବିରଳ ବୃକ୍ଷ ଯେତେବେଳେ ମଣିଷ ଦେଖିଥାଏ ତାର ମନ ଭିତରେ ମଧ୍ୟ ଅନେକ ପ୍ରଶ୍ନ ଆସିଥାଏ । ସେଥିପାଇଁ ପୃଥିବୀର ଏହି ବିସ୍ମୟକର ବୃକ୍ଷ ଚଚ୍ର୍ଚାରେ ରହି ଆସିଛି । ବିଜ୍ଞାନୀ ମଣିଷ ବିରଳ ଉଦ୍ଭିଦକୁ ନେଇ ଗବେଷଣା କରି ଅନେକ ନୂଆ ତଥ୍ୟ ପାଇଥିବା ବେଳେ ସାଧାରଣ ମଣିଷ କିନ୍ତୁ ବିସ୍ମୟକର ବୃକ୍ଷକୁ ଦେଖି ଅନେକ ରହସ୍ୟମୟ ଭାବନାରେ ବୁଡ଼ି ରହିଛି ।

Leave A Reply

Your email address will not be published.