Latest Odisha News

BREAKING NEWS

ଶୁଷ୍କ ଅଂଚଳର ଏହି ଗୋଲାକୃତି ନେଇ ଚିନ୍ତାରେ ବୈଜ୍ଞାନିକ

କେପଟାଉନ: ଶୁଷ୍କ ଭୂମି ତଥା ମରୁଭୂମି ଅଂଚଳରେ ଏବେ କିଛି ଦିନ ହେବ ଗୋଲାକୃତି ଚିହ୍ନ ସୃଷ୍ଟି ହେଉଛି । ବୈଜ୍ଞାନିକ ଭାଷାରେ ଫେୟରୀ ସର୍କଲ ବିଭିନ୍ନ ଅଂଚଳରେ ଦେଖାଯିବା ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ନାମୀବ ମରୁଭୂମି ଓ ପଶ୍ଚିମ ଅଷ୍ଟ୍ରେଲିଆ ଏହା ଦେଖିବାକୁ ମିଳୁଥିଲା । ଏବେ ପ୍ରାୟ ୧୫ ଦେଶରେ ଏହି ଫେୟରୀ ସର୍କଲ ବୈଜ୍ଞାନିକଙ୍କ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ୧୫୦୦୦ରୁ ଅଧିକ ସାଟେଲାଇଟ ଚିତ୍ରକୁ ଏବେ ଅନୁଧ୍ୟାନ କରାଯାଉଛି । ଏ ପର୍ଯ୍ୟନ୍ତ ଏହାର କାରଣ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡି ନାହିଁ ।

ଏହାର ଗବେଷଣା ପାଇଁ ଏକ ସ୍ୱତନ୍ତ୍ର ଧରଣର ନ୍ୟୁରଲ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା । ଗୋଟେଂଗନ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଫେନ ଗ୍ୟାଟେଜିନଙ୍କ ମତରେ ଏହା ଏକ ପ୍ରାକୃତିକ ସଂରଚନା । କେବଳ ଗୋଲ ନୁହେଁ ଏହା ଅନ୍ୟ ଆକୃତିରେ ମଧ୍ୟ ହୋଇଥାଏ । ସେ କୃତ୍ରିମ ସଂରଚନାକୁ ଖଣ୍ଡନ କରିଛନ୍ତି । ଗବେଷଣା ସରିବା ପରେ ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.