Latest Odisha News

ସମୁଦ୍ରରେ ଭାସୁଛି ପଥର, ସୋସିଆଲ ମିଡିଆରେ ଚର୍ଚ୍ଚା

ପୁରୀ : ସମୁଦ୍ରରେ ଭାସମାନ ପଥର ନେଇ ବଢୁଛି ଚର୍ଚ୍ଚା । ମୂର୍ତ୍ତିି ବିସର୍ଜନ ବେଳେ ଏହି ପଥର ଭାସୁଥିବାର ଦେଖିବାକୁ ମିଳିଥିଲା । ପୁରୀ  ମହୋଦଧିରୁ ମିଳିଛି  ଭାସମାନ ପଥର ଖଣ୍ଡ । ସମୁଦ୍ରକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବ‌େଳେ ଶୁଭେନ୍ଦୁ କୁମାର ଜାଲି ନାମକ ଜଣେ ବ୍ୟକ୍ତି ଏହି ପଥରଟିକୁ ଦେଖିଥିଲେ। ଏହାକୁ ଆଣି ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ଦେଇଥିଲେ ।

ପଥରର ଏହି ବିଶେଷତ୍ବକୁ ପରଖିବା ଲାଗି ଏହାକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇବାରୁ ପଥରଟି ସେଠାରେ ମଧ୍ୟ ଭାସିଥିଲା।  କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଥିବାବେଳେ କେହି ପଥରର ବିଶେଷତ୍ବ ପରଖିବା ପାଇଁ ଲାବୋରେଟୋରିକୁ ନେବା ପାଇଁ ମତ ରଖୁଛନ୍ତି।

Leave A Reply

Your email address will not be published.