Latest Odisha News

BREAKING NEWS

ଜାପାନର ରହସ୍ୟମୟ ଦ୍ବୀପ, ଯେଉଁଠି ମହିଳାଙ୍କ ପ୍ରବେଶ ଉପରେ ରହିଛି ଶକ୍ତ କଟକଣା

ଭୁବନେଶ୍ୱର: ରାହସ୍ୟରେ ଭରା ଆମ ବିଶ୍ୱ । ସଂସାରରେ ଏଭଳି ଅନେକ ସ୍ଥାନ ରହିଛି ଯାହା ନିଜର ବିଶେଷତା ପାଇଁ ପ୍ରସିଦ୍ଧ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ସମ୍ପର୍କରେ କହିବୁ ଯେଉଁଠାକୁ ମହିଳାଙ୍କ ପ୍ରବେଶ ମନା ।

ଏହି ସ୍ଥାନଟି ହେଉଛି ଜାପାନର ଓକିନୋସିମା ଦ୍ୱୀପ । ଏହି ଦ୍ୱୀପକୁ ଯିବା ପାଇଁ ମହିଳାଙ୍କ ଯିବା ପାଇଁ ମହିଳାଙ୍କୁ କରାଯାଇଛି ସମ୍ପୂର୍ଣ୍ଣ ବାରଣ । ଏଥି ସହିତ ପୁରୁଷମାନଙ୍କୁ ମଧ୍ୟ ଏହି ଦ୍ୱୀପ ପରିଦର୍ଶନ କରିବା ପାଇଁ କଡା ନିୟମ ପାଳନ କରିବାକୁ ପଡିଥାଏ।

ଧାର୍ମିକ ଭାବରେ ଏହି ଦ୍ୱୀପଟି ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏଠାରେ ପ୍ରାଚୀନ କାଳରୁ ଧାର୍ମିକ ପ୍ରତିବନ୍ଧକ ରହିଆସିଛି। ଏହି ଦ୍ୱୀପରେ ମହିଳାଙ୍କ ଆଗମନ ଉପରେ ଏକ ନିଷେଧାଦେଶ ରହିଛି।

୭୦୦ ବର୍ଗ ମିଟରରୁ ଅଧିକ ବ୍ୟାପିଥିବା ଏହି ଦ୍ୱୀପ ଚତୁର୍ଥରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୋରିଆ ଉପଦ୍ୱୀପ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟର କେନ୍ଦ୍ର ବୋଲି କୁହାଯାଏ ।

ଏଠାକାର ଲୋକକଥା ଅନୁଯାୟୀ, ଏହି ଦ୍ୱୀପକୁ ଯିବା ପୂର୍ବରୁ ପୁରୁଷମାନେ ଉଲଗ୍ନ ଭାବରେ ଗାଧୋଇ ଥାଆନ୍ତି । ଆହୁରି ମଧ୍ୟ ଗୋଟିଏ ବର୍ଷରେ କେବଳ ୨୦୦ ପୁରୁଷ ଏହି ଦ୍ୱୀପ ପରିଦର୍ଶନ କରିପାରିବେ। ଏହାସହ ଯେଉଁମାନେ ଏଠାକୁ ପରିଦର୍ଶନରେ ଆସୁଥିବା ବ୍ୟକ୍ତିଙ୍କୁ ଏଠାରୁ କିଛି ନେବାର ଅନୁମତି ମଧ୍ୟ ନାହିଁ । ଏପରିକି ସେମାନଙ୍କୁ ଏହି ଯାତ୍ରା ବିଷୟରେ କାହାକୁ ନ କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ।

ଏହି ଦ୍ୱୀପରେ ବକ ମନ୍ଦିର ଅଛି ଯେଉଁଠାରେ ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ । ରିପୋର୍ଟ ଅନୁଯାୟୀ ୧୭ ତମ ଶତାବ୍ଦୀରେ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଏଠାରେ ପୂଜା କରାଯାଉଥିଲା।

Comments are closed.