Latest Odisha News

BREAKING NEWS

ମହାପ୍ରଭୁଙ୍କ ଆଶ୍ଚର୍ଯ୍ୟଜନକ ରୋଷଶାଳା; ଭକ୍ତ କେବେ ଓପାସରେ ଫେରେନାହିଁ !

ପୁରୀ: କଥାରେ ଅଛି ଶ୍ରୀକ୍ଷେତ୍ର ପୁରୀରେ ପାଦ ଥାପିଲେ ପାପ ଧୋଇ ହୋଇଯାଏ । ସେହିପରି ଶ୍ରୀମନ୍ଦିରରେ ପାଦ ଦେଲେ କେହି ଭୋକିଲା ରୁହେ ନାହିଁ । ଜଣେ ପ୍ରକୃତ ଭକ୍ତ କେବେ ହେଲେ ଓପାସରେ ଏଠାରୁ ଯିବ ନାହିଁ । ଏହା ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର । ଯେତେ ଲୋକ ହେଲେ ମଧ୍ୟ ଏଠାରେ ମହାପ୍ରସାଦ ନିଅଂଟ ହୁଏ ନାହିଁ । ଆସନ୍ତୁ ଜାଣିବା ଭୋଜନକ୍ଷେତ୍ରର ରୋଷଶାଳା ସମ୍ପର୍କରେ- ଜଗନ୍ନାଥଙ୍କ ଦକ୍ଷିଣ ହାତ କେବେ ଶୁଖେ ନାହିଁ । ଏହାର କାରଣ ହେଲେ ଏହି ହାତ ନ ଶୁଖିବା ପାଇଁ ରୋଷଘରର ବ୍ୟବସ୍ଥା ହେଉଛି ।

ଯେତେ ଦେଉଥିବୁ ସେତେ ଖାଉଥିବି ନ ସୁଖିବ ମୋର ହାତ,
ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଜଗନ୍ନାଥ।।

ରୋଷଘରର ଦୈର୍ଘ୍ୟ ୧୫୦ ଫୁଟ, ପ୍ରସ୍ତ ୧୦୦ ଓ ଉଚ୍ଚତା ୨୦ ଫୁଟ । ପ୍ରତ୍ୟେକ ଦିନ ପାଖାପାଖି ୬୦୦ ସୁଆର ଓ ୪୦୦ ସହଯୋଗୀ ରନ୍ଧା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ରୋଷଘରେ ୭୪୨ ଚୁଲି ଅଛି ବୋଲି ଲେଖା ଯାଇଥିଲେ ମଧ୍ୟ ପ୍ରକୃତରେ ୨୪୩ ଚୁଲି ରହିଛି । ଚୁଲିଗୁଡିକ ୩ ପ୍ରକାର ଭାଗ କରାଯାଇଛି । ସେଗୁଡିକ ହେଲା ଅନ୍ନ ଚୁଲି, ଅହିଆ ଚୁଲି ଓ ପିଠା ଚୁଲି । ଏହା ଭିତରକୁ ପ୍ରବେଶ କରୁଥିବା ସେବକମାନେ କେବଳ ଦକ୍ଷିଣ କାଳୀଙ୍କ ସିନ୍ଦୁର ବ୍ୟତୀତ ଅନ୍ୟ କେଉଁ ଦେବା ଦେବୀଙ୍କର ସିନ୍ଦୁର, ଚନ୍ଦନ ଲଗାଇ ଯାଇପାରିବେ ନାହିଁ । ପ୍ରତିଦିନ ୧୦ ହଜାରରୁ ଲକ୍ଷେ ପର୍ଯ୍ୟନ୍ତ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ବିଶ୍ୱାସ ରହିଛି ମହାଲକ୍ଷ୍ମୀ ନିଜେ ଏଠାକୁ ଚତୁର୍ଦ୍ଧାମୁର୍ତିଙ୍କ ପାଇଁ ରାନ୍ଧିବାକୁ ଆସିଥାନ୍ତି । ସର୍ବସାଧାରଣଙ୍କୁ ମହାପ୍ରଭୁଙ୍କ ରୋଷଘର ଦେଖିବା ମନା । ଉକ୍ରଳୀୟ ସଂସ୍କୃତି ଅନୁସାରେ ଆମ ରୋଷେଇ ଘର ବାହାର ଲୋକ ଦେଖିଲେ ମାରା । ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ରୋଷଘର ମଧ୍ୟ ନିର୍ଦ୍ଦିଷ୍ଟ ସେବକଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ । ରଥଯାତ୍ରା ବେଳେ ଶ୍ରୀଜଗନ୍ନାଥ ଗୁଣ୍ଡିଚାଘର ଯାଇଥିବା ବେଳେ ଚୁଲି ସବୁ ଭଙ୍ଗା ହୋଇ ଯାଇଥାଏ । କାରଣ ସେହି ଚୁଲି ଯେପରି ଅନ୍ୟ କେଉଁମାନେ ଦେଖିପାରିବେ ନାହିଁ ।

ମହାପ୍ରଭୁଙ୍କ ରୋଷଘର ଚୁଲି ସମ୍ପୂର୍ଣ୍ଣ ବୈଦିକ ବିଧାନ ଅନୁସାରେ ପ୍ରସ୍ତୁତ । ଅଗ୍ନିଙ୍କର ୭ଟି ଜିହ୍ୱା ଥିବାରୁ ଏଠାରେ ଚୁଲିର ୭ଟି ଜିହ୍ୱା ବା ମୁଖ ରହିଛି । ପ୍ରତ୍ୟେକ ମୁଖାରେ ଗୋଟିଏ ଗୋଟିଏ କୁଡୁଆ ରଖାଯାଏ ଏବଂ ସେହି କୁଡୁଆ ଉପରେ ୭ଟି କୁଡୁଆ ରଖାଯାଇ ରୋଷେଇ କରାଯାଏ ।

ସବୁଠାରୁ ବଡ କଥା ସମସ୍ତ ଖାଦ୍ୟ ବାମ୍ଫରେ ପ୍ରସ୍ୁତ ହୋଇଥାଏ । ସବା ଉପରେ ଥିବା କୁଡୁଆ ଆଗ ପ୍ରସ୍ତୁତ ହୋଇଥାଏ । ଅନ୍ନ ବ୍ୟଞ୍ଜନ ଯେଉଁ ଚୁଲିରେ ହୁଏ ସେହି ଚୁଲିରେ ଡାଲି ତରକାରୀ ପ୍ରସ୍ତୁତ କରାଯାଏ ନାହିଁ ।

ଧର୍ମଶାସ୍ତ୍ର ଅନୁସାରେ ରୋଷଶାଳାର ରକ୍ଷକ ହେଉଛନ୍ତି ଦକ୍ଷିଣକାଳୀ । ପ୍ରଥମ ଚୁଲି ହେଉଛି ମା’ଦକ୍ଷିଣ କାଳୀଙ୍କର । ଦ୍ୱିତୀୟ ଚୁଲି ରାଘବ ଦାସ ମଠର, ତୃତୀୟ ଚୁଲି ବଡ ଓଡିଆ ମଠର, ୪ର୍ଥ ଚୁଲି ଭିତରଚ୍ଛ ମହାପାତ୍ର, ୫ମ ଏମାର ମଠର । ଏ ଭଳି ଭାବେ ଅନ୍ୟ ଚୁଲାଗୁଡିକ ମଧ୍ୟ ବଂଟାଯାଇଛି । ସୁଆରମାନେ କେବଳ ରାନ୍ଧିବା ପାଇଁ ଏଠାକୁ ଯିବେ ।

ରୋଷଘରେ ୧୦ଟି ଘର ରହିଛି । ଏହା ଦଶଦିଗପାଳ, ଦଶଅବତାର, ଦଶମହାବିଦ୍ୟାର ଆକ୍ଷା ପ୍ରଦାନ କରୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରୋଷଘର ଉତାପ ବାହ୍ୟ ତାପମାତ୍ରାଠାରୁ ୧୫ରୁ ୨୦ ଡିଗ୍ରୀ ଅଧିକ । ମା’ଦକ୍ଷିଣକାଳୀ ପ୍ରବଳ ଉତାପରୁ ସେବକମାନଙ୍କ ଅଙ୍ଗକୁ ରକ୍ଷା କରିଥାନ୍ତି ।

Leave A Reply

Your email address will not be published.