Latest Odisha News

BREAKING NEWS

୭୦୦ଫୁଟ ଗଭୀର ଗୁମ୍ଫାରୁ ମିଳିଲା ରହସ୍ୟମୟ ପୋଖରୀ, ଲୋକେ ଦେଖି ହୋଇଗଲେ ତାଜୁବ

ନୂଆଦିଲ୍ଲୀ: ଆମେରିକାର ନିଉ ମେକ୍ସିକୋରେ ଆବିଷ୍କୃତ ହୋଇଛି ‘କ୍ଷୀରରେ ପରିପୂର୍ଣ୍ଣ’ ଏକ ରହସ୍ୟମୟ ପୋଖରୀ | ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ ପର୍ଯ୍ୟନ୍ତ ମଣିଷ ପହଞ୍ଚି ପାରିନଥିଲା । ଅନୁସନ୍ଧାନକାରୀମାନେ ଏହି ପୋଖରୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଡେଲିଷ୍ଟାର ରିପୋର୍ଟ ଅନୁଯାୟୀ, କାର୍ଲସବେଡ କେଭର୍ସ ନ୍ୟାସନାଲ ପାର୍କର କର୍ମଚାରୀ ମାନେ ଏହି ପୋଖରୀକୁ ‘ଅଦ୍ଭୁତ ଦୃଶ୍ୟ’ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଆବିଷ୍କାର ସମ୍ପୂର୍ଣ୍ଣ ପୁରୁଣା ଅଟେ । ପୋଖରୀଟି ସଫା ବରଫର ଚଟାଣ ଦ୍ଵାରା ଘେରି ହୋଇ ରହିଛି । ଏହାର ପାଣି କ୍ଷିର ପରି ଧଳା ଏବଂ ଅପରିଷ୍କାର ଦେଖାଯାଉଛି । ଦୁର୍ଭାଗ୍ୟବଶତଃ ଏଠାରେ କୌଣସି ଚମତ୍କାରୀ କ୍ଷୀର ନାହିଁ । ସେହିପରୀ ଅନ୍ୟ ଏକ ସଂସ୍ଥା ଆର୍ଥଲୀ ମିଶନର ରିପୋର୍ଟ ଅନୁଯାୟୀ, ଏହା ଏକ ଅପ୍ଟିକାଲ ଭ୍ରମ ଅଟେ । ଏଠାରେ ପାଣି ପ୍ରକୃତରେ ସଫା ରହିଛି ।

ଅଭିଯାନର ମୁଖ୍ୟ ମ୍ୟାକ୍ସ ବିଶାକ୍ କହିଛନ୍ତି ଯେ, ବହୁ ବର୍ଷରୁ ପ୍ରାଚୀନ ବର୍ଷା ଜଳ ଏହି ଚୂନ ପଥର ଛାତ ଦେଇ ଯାଇଥିବା ବିଶ୍ୱାସ କରାଯାଏ । ଏକ ପୋଷ୍ଟରେ ସେ କହିଛନ୍ତି, ଗୁମ୍ଫା ମଧ୍ୟରେରେ ଅନୁସନ୍ଧାନ କରୁଥିବା ସମୟରେ ବେଳେବେଳେ କିଛି ଛୋଟ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ । ଲେଚୁଗୁଇଲା ଗୁମ୍ଫାରୁ ମିଳିଥିବା ଏହି ପୋଖରୀଟି ସମ୍ପୂର୍ଣ୍ଣ ପ୍ରାଚୀନ ପରି ମନେହୁଏ । ପୋଖରୀ କୂଳରେ ‘ପୁଲ୍ ଫିଙ୍ଗର୍ସ’ ଠିଆ ହୋଇଥିବା ପରି ଦେଖାଯାଏ, ଯାହା ମଣିଷଙ୍କ ଉପସ୍ଥିତି ବିନା ସମ୍ପୁର୍ଣ୍ଣ ଭାବରେ ବିକଶିତ ହୋଇଥିବା ଜୀବାଣୁ ହୋଇଥାଇ ପାରନ୍ତି ।

ଏହି ଆବିଷ୍କାର ସେତେବେଳେ କରାଯାଇଥିଲା ଯେତେବେଳେ ଏକ ଅନୁସନ୍ଧାନକାରୀ ଟିମ୍‌ ଲେକ ଅଫ ଲିକ୍ୱିଡ ସ୍କାଏ ନାମକ ଏକ ୱାଟର ବଡିର ଅନୁସନ୍ଧାନ କରୁଥିଲେ । କିନ୍ତୁ ଏହି ଅଭିଯାନର ପ୍ଲାନ ପ୍ରସ୍ତୁତ କରିବାକୁ ବହୁତ ସମୟ ଲାଗିଥିଲା । ଲେକ ଅଫ ଲିକ୍ୱିଡ ସ୍କାଏ ପ୍ରଥମେ ୧୯୯୩ ରେ ଆବିଷ୍କାର କରାଯାଇଥିଲା । କାର୍ଲସବେଡ ଗୁମ୍ଫାର ରୋଡନି ହୋରକ୍ସ କହିଛନ୍ତି, ‘ଏହି ପୋଖରୀଟି ଶହ ଶହ ବର୍ଷ ଧରି ଅଲଗା ହୋଇ ରହିଛି । ଏହାପୁର୍ବରୁ ଏହି ପୋଖରୀକୁ କୌଣସି ବି ଲୋକ ଦେଖିନାହାନ୍ତି । ଏହି ଗୁମ୍ଫାରେ ଲଗାତାର ଭାବରେ ନୂଆ ଆବିଷ୍କାର କରାଯାଉଛି । ୨୦୧୨ରେ ଅନୁସନ୍ଧାନକାରୀମାନଙ୍କୁ ଏଠାରେ ଏକ ବଡ଼ କୋଠରୀକୁ ଯିବାପାଇଁ ଏକ କନେକ୍ଟିଙ୍ଗ ସୁଡ଼ଙ୍ଗ ମିଳିଥିଲା । ଯାହା ପ୍ରାୟ ୬୦୦ ଫୁଟ ଲମ୍ବ ଏବଂ ୧୫୦ ଫୁଟ ଉଚ୍ଚତା ବିଶିଷ୍ଠ ଥିଲା ।

 

Leave A Reply

Your email address will not be published.