Latest Odisha News

BREAKING NEWS

ବାଉଁଶ ବାଡିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା କାଣିନଦୀ ପଠାରେ ଥିବା ଏକ ବାଉଁଶ ବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ମହାନ୍ତିପାଟଣା ଗାଁର ର ସବ୍ୟସାଚୀ ନାୟକ ବୋଲି ଜଣାପଡିଛି  । ପରିବାର ଲୋକ ସବ୍ୟସଚୀଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ ଆଣିଛନ୍ତି  । ସୂଚନା ମୂତାବକ ଗତକାଲି ଠାରୁ ନିଖୋଜ ଥିଲେ ସବ୍ୟସାଚୀ  । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ।

ଆଜି ବାଉଁଶ ବାଡ଼ି ସବ୍ୟସାଚୀ ଙ୍କ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ  । ପରେ ଖବର ପାଇ ଦଶରଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସେପଟେ ଦୀର୍ଘ ଦିନ ହେବ ଏହି ଅଞ୍ଚଳ ରେ ନିଶା କାରବାର ହେଉଥିବାରୁ ନିଶାଶକ୍ତ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍ ର ସହାୟତା ଲୋଡ଼ି ତଦନ୍ତ ଆରମ୍ଭ କରଛି।

Leave A Reply

Your email address will not be published.