ରୋମ: ରହସ୍ୟ ଓ ରୋମାଂଚରେ ପରିପୂର୍ଣ୍ଣ ଏ ଦୁନିଆ । ଇଟାଲୀର ରୋମରେ ଏ ଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା । ୧୯୧୧ରେ ୧୦୬ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରେନ ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ହଠାତ କୁଆଡେ ଗାଏବ ହୋଇ ଯାଇଥିଲା । ଜେନେଟି ନାମକ ଷ୍ଟେସନରୁ ଏହି ଟ୍ରେନ ବାହାରିଥିଲା । ପରବର୍ତୀ ଷ୍ଟେସନରେ ପଂହଚିବା ପାଇଁ ଏହାକୁ ଏକ ସୁଡଙ୍ଗ ଦେଇ ଯିବାକୁ ଥିଲା । ମାତ୍ର ଏହା ସୁଡଙ୍ଗ ମଧ୍ୟରେ କୁଆଡେ ହଜି ଯାଇଥିଲା । ୨ଜଣ ବ୍ୟକ୍ତି ଏହି ଘଟଣାରେ ଜୀବନ୍ତ ମିଳିଥିଲେ । ସେମାନଙ୍କ କହିବା ଅନୁସାରେ ଟ୍ରେନଟି ସୁଡଙ୍ଗ ମଧ୍ୟକୁ ଯିବା ପୂର୍ବରୁ ଧୂଆଁ ବାହାରିବାକୁ ଲାଗିଥିଲା । ଫଳରେ ଭୟରେ ଉପରୋକ୍ତ ୨ ବ୍ୟକ୍ତି ଟ୍ରେନରୁ ଡେଇଁ ପଡିଥିଲେ । ଏହି ଟ୍ରେନକୁ ବହୁ ଦିନ ପରେ ମେକ୍ସିକୋରେ ଦେଖିବାକୁ ମିଳିଥିଲା । ଏବେ ବି ଏହାର ରହସ୍ୟ ବୈଜ୍ଞାନିକମାନେ ଉଜାଗର କରିପାରୁ ନାହାନ୍ତି । ସବୁଠାରୁ ବଡ କଥା ସେ ସମୟରେ ରୋମରୁ ମେକ୍ସିକୋ ପର୍ଯ୍ୟନ୍ତ କୌଣସି ଟ୍ରେନ ଚଳାଚଳ ନ ଥିଲା । ଅନ୍ୟ କେତେକଙ୍କ କହିବା ଅନୁସାରେ ମେକ୍ସିକୋରେ ଏକ ଟ୍ରେନ ମଧ୍ୟରୁ ୧୦୪ଜଣ ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଏହି ରହସ୍ୟମୟ ଟ୍ରେନକୁ ପରେ ରୁଷ, ଜର୍ମାନୀ ଏବଂ ରୋମାନିଆରେ ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକ କହିଛନ୍ତି । ସେ ଯାହା ବି ହେଉ ଏହି ରହସ୍ୟମୟ ଟ୍ରେନ ଗାଏବ ହେବାର ରହସ୍ୟ କଣ ଥିଲା ତାହା ଏବେ ବି ଜଣାପଡି ନାହିଁ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.