Latest Odisha News

BREAKING NEWS

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା, ନଜର ପକାନ୍ତୁ ଛତିଶଗଡର ପାଣିପାଗ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାନଦୀର ଉପରମୁଣ୍ଡରେ ରହିଛି ଛତିଶଗଡ। ଏବେ ଛତିଶଗଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ୪ଟି ଜିଲ୍ଲା ରାଇଗଡ, ଜାଞ୍ଜଗିର-ଚମ୍ପା, ବଲୋଦାବଜାର ଏବଂ ମହାସାମୁନ୍ଦକୁ ରେଡ ଆଲର୍ଟ ଜାରି କରାଯାଇଛି। ୭ ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି କଲା ପାଣି ପାଗବିଭାଗ। ଏହି ସମୟରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି।

ଜାଞ୍ଜଗିର ଜିଲ୍ଲା ଅମ୍ବିକାପୁର ନିକଟ ଜାତୀୟ ରାଜପଥ ୧୩୦ରେ ନିର୍ମିତ ଏକ ପୋଲ ପ୍ରବଳ ବର୍ଷା ହେତୁ ପାଣିରେ ଧୋଇ ହୋଇଯାଇଛି। ଗୋଟିଏ ଟ୍ରକ ମଧ୍ୟ ଏଠାରେ ଓଲଟି ପଡିଛି। ଡ୍ରାଇଭର କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛି। ଅମ୍ବିକାପୁର-ଲକ୍ଷ୍ନପୁର ମଧ୍ୟରେ ସିଙ୍ଗିତାନା ନିକଟରେ ଏହି ଘଟଣା ଘଟିଛି। ଏହାପରେ ଜାତୀୟରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ଜାଞ୍ଜଗିର ଜିଲ୍ଲା ପ୍ରଶାସନ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି। ଜିଲ୍ଲାପାଳ ତାରନ ପ୍ରକାଶ ସିହ୍ନା ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏ ନେଇ ବୈଠକ ମଧ୍ୟ ହେଉଥିବା ସୂଚନା ରହିଛି। ଲଗାତାର ବର୍ଷା ପରେ ବ୍ରିଜ ଉପରେ ଅନେକ ଡ୍ରେନର ପାଣି ଜମିଛି। ମହାନଦୀର ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଠାରେ ୨୪ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ଜାଞ୍ଜଗିର ଚମ୍ପାରେ ସର୍ବାଧିକ ୧୫୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବଲୋଦାବଜାରରେ ୧୫୦ ମିଲିମିଟର ବର୍ଷା, ବାରସୁର ୧୦୧ ମିଲିମିଟର, ଗିଡାମ ୮୯ ମିଲିମିଟର, ରାଇଗଡରେ ୮୭.୮ ମିଲିମିଟର, ସାରଙ୍ଗର ୮୬ ମିଲିମିଟର,ମହାସାମୁନ୍ଦରେ ୭୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.