Latest Odisha News

BREAKING NEWS

ଆସୁଛନ୍ତି ମାଆ; ବିଭିନ୍ନ ଶକ୍ତିପୀଠରେ ଷୋଡଶପୂଜା ଉପଚାର ଆରମ୍ଭ

ଭୁବନେଶ୍ୱର: ଆଉ ଖୁବକମ ଦିନ ରହିଲା ମାଆଙ୍କ ଆଗମନକୁ । ପ୍ରାୟତଃ ସମସ୍ତ ଦେବୀପୀଠରେ ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇସାରିଛି । ଏହା ହେଉଛି ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ ।

ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା । ମୂଳାଷ୍ଟମୀଠାରୁ ମାଆଙ୍କୁ ନିଦରୁ ଉଠାଯାଇ ଶହସ୍ର କୁମ୍ଭାଭିଷେକ କରାଯାଇ ସମସ୍ତ ଦେବୀ ପୀଠଗୁଡ଼ିକରେ ଆରମ୍ଭ ହୋଇଛି ଷୋଡ଼ଶ ପୂଜା ବିଧି । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ବିତୀବାହାନ ଓଷାଠାରୁ ମାଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି।

ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା ଉପଚାର। ଚଳିତ ବର୍ଷ ମଳ ମାସ ପଡ଼ୁଥିବାରୁ ମାଙ୍କ ପୂଜା ୪୬ ଦିନ ଧରି ଚାଲିବ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମଧ୍ୟ ଶାରଦୀୟ ପୂଜା ଆରମ୍ଭ ହୋଇସାରିଛି । ମନ୍ଦିର ଗର୍ଭ ଗୃହରୁ ଏକ ଶୋଭାଯାତ୍ରା ଯାଇ ବ୍ରହ୍ମାକୁଣ୍ଡରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ପୂଜକ ସ୍ନାନ, ତର୍ପଣ, ସଂକଳ୍ପ ସାରିବା ପରେ ଜଳ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।ସେହିପରି ବୈତରଣୀ ଜଳରେ ବିରଜାଙ୍କ ମହାସ୍ନାନ କରାଯାଇ ବଡସିଂହାର ବେଶ ଓ ଷୋଡଶୋପଚାର ପୂଜା ଆରମ୍ଭ ହୋଇଛି ।

ଏପଟେ କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ ଓ ଝାଞିରୀମଙ୍ଗଳା ଆଦି ଦେବୀ ପୀଠ ମାନଙ୍କରେ କୁମ୍ଭାଭିଷେକ କରାଯାଇ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି ।

Leave A Reply

Your email address will not be published.