Latest Odisha News

BREAKING NEWS

କଟକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇ ଦେଲେ ଦୁର୍ବୁତ୍ତ

କଟକ: କଟକରେ ଥିବା ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ କେହି ବଦଳାଇ ଦେଇଛନ୍ତି। ବିଜୁ ବାବୁଙ୍କର ଏହି ପ୍ରତିମୂର୍ତ୍ତି ସହରର ମହାନଦୀ ବିହାର ସ୍ଥିତ ମଙ୍ଗଳା ମନ୍ଦିର ଛକ ନିକଟରେ ରହିଛି।

ତେବେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ ବିଜେପି ସରକାରଙ୍କୁ ଦାୟୀ କରିଛି ବିରୋଧି ଦଳ ବିଜେଡି।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ଏହା ସବୁଜ ରଙ୍ଗର ଥିବାବେଳେ ବର୍ତ୍ତମାନ ଏହାକୁ ଗୋଲ୍ଡେନ ହଳଦିଆ ରଙ୍ଗ କରି ଦିଆଯାଇଛି। ତେବେ ଏହିପରି ରଙ୍ଗ ପରିବର୍ତ୍ତନ କିଏ ଓ କାହିଁକି କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଏମସି) ଏ ଘଟଣା ସମ୍ପର୍କରେ ଅବଗତ ନଥିବା କଥା ପ୍ରକାଶ କରିଛି। ତେବେ ୨୦୧୮ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ବେଳେ ହଠାତ୍ କିଭଳି ରଙ୍ଗ ପରିବର୍ତ୍ତନ ହେଲା ସାଧାରଣରେ ପ୍ରଶ୍ନ ଉଠିଛି।

ରାଜ୍ୟ ବିଧାନସଭାରେ ଏହାକୁ ନେଇ ପ୍ରସଙ୍ଗ ଉଠିଥିଲା ​ବେଳେ ବାଙ୍କିର ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ତେବେ ଏହାକୁ ନେଇ ବିଜେପି ଏପର୍ଯ୍ୟନ୍ତ  କୌଣସି ପ୍ରତିକ୍ରିୟା ରଖି ନାହିଁ। ଏହି ଘଟଣାକୁ ନେଇ ରାଜନୈତିକ ମହଲ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି।

Comments are closed.