Latest Odisha News

BREAKING NEWS

ରାଜଧାନୀରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଏକ ଘରୋଇ ହସ୍ପିଟାଲର ଚାମ୍ବରରୁ ମିଳିଲା ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଜଣକ ହେଲେ ଶିଶିର କୁମାର ସାହୁ । ଦୀର୍ଘ ସମୟ ଧରି ତାଙ୍କ ଚାମ୍ବରର କବାଟ ବନ୍ଦ ରହିଥିବାରୁ ସନ୍ଦେହ ଉପୁଜିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେ ନିଜେ ପୋଟାସିୟମ କ୍ଲୋରାଇଡ୍ ଇଞ୍ଜେକ୍ସନ୍ ନେବା ପରେ ଅଣ୍ଟା ବିନ୍ଧୁଥିବା କହି ଜଣେ ନର୍ସଙ୍କ ସହାୟତାରେ ଆଇଭି ଲାଇନ୍ ଜରିଆରେ ଟ୍ରମାଡୋଲ୍ ଲଗାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନିଜ ଚିକିତ୍ସା ନିଜେ କରିବା ବାହାନାରେ ସେ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ମୃତ ଡାକ୍ତର ଶିଶିର ସାହୁଙ୍କ ବାପା-ମା ମଧ୍ୟ ଡାକ୍ତର । କିଛି ଦିନ ତଳେ ତାଙ୍କର ବିବାହ ହୋଇଥିଲା ।

Leave A Reply

Your email address will not be published.