Latest Odisha News

ମାଆ ହେବେ ନାଗିନ

ମୁମ୍ବାଇ: ନାଗିନ ସିରିୟଲର ଚର୍ଚ୍ଚିତ କଳାକାର ଅନୀତା ହସନନ୍ଦନୀ ମାଆ ହେବାକୁ ଯାଉଛନ୍ତି । ଅନୀତା ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ପତି ରୋହିତ ରେଡ୍ଡୀ ଓ ଅନୀତା ଏ ନେଇ ଫଟୋ ଓ ଭିଡିଓ ମଧ୍ୟ ଛାଡିଛନ୍ତି । ଅନୀତାଙ୍କ ବେବୀ ବମ୍ପକୁ ରୋହିତ ଖୁସିରେ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି ।

ବିଭିନ୍ନ ମହଲରୁ ଏହି ଗର୍ବିତ ବାପା ମାଆଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଅନୀତା ଲୋକପ୍ରିୟ ସିରିୟଲ ନାଗିନ-୪ରେ ଅଭିନୟ କରିଥିଲେ । ସେ ବିଶାଖା ଖାନ୍ନାଙ୍କ ଭୂମିକା ତୁଲାଇଥିଲେ । ସେହିପରି ଗତ ବର୍ଷ ନଚ ବଲିୟେ ୯ରେ ଉଭୟଙ୍କ ଯୋଡିକୁ ବେଶ୍ ପସନ୍ଦ କରାଯାଇଥିଲା ।

Leave A Reply

Your email address will not be published.