Latest Odisha News

BREAKING NEWS

ନବ ଦାସ ହତ୍ଯା ମାମଲାର ପ୍ରମାଣ ପାଇଖାନା ଟାଙ୍କିରେ?

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ କରିବାକୁ ଯାଇ ରାତି ଅଧରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଛି। ଗୁଳିମାଡ କରିବା ପରେ ଅଭିଯୁକ୍ତ ଗୋପାଳ ଦାସକୁ ପୋଲିସ ଏହି ଥାନାରେ ଅଟକ ରଖିଥିଲା। ଏହି ସମୟରେ କିଛି କାଗଜ ପାଇଖାନାରେ ପକାଇ ଫ୍ସସ ଅନ୍ କରିଦେବାରୁ ପାଣିରେ ସେହି କାଗଜ ଟାଙ୍କି ଭିତରକୁ ପଳାଇଛି। ଅଭିଯୁକ୍ତଠାରୁ ଏଭଳି କିଛି ସୂଚନା ପାଇ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ୍ ତଦନ୍ତ କରିଛି।

ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ 4 ଦିନିଆ ରିମାଣ୍ଡରେ ନେଇଛି। ଆଜି ରିମାଣ୍ଡର ଦ୍ବିତୀୟ ଦିନ। ଅଭିଯୁକ୍ତ ଗୁଳିମାଡ କରିଥିବା ସ୍ବୀକାର କରିଥିବା ଏଡିଜି ବୋଥ୍ରା କହିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ଶରୀରରେ ଭେଦ କରି ବାହାରି ଯାଇଥିବା ଗୁଳି କୁଆଡେ ଗଲା ଖୋଜୁଛି ତଦନ୍ତକାରୀ ଟିମ୍। କାରଣ ସେହି ଗୁଳି ମିଳିଲେ ପ୍ରମାଣ କରାଇବ ତଦନ୍ତକାରୀ ଟିମ୍। ତେବେ ପ୍ରଥମ ଦିନ ଜେରା ବେଳେ ଗୋପାଳ ଦାସ କହିଛନ୍ତି ଯେ ସେ ଥାନାରେ ଅଟକ ଥିବା ବେଳେ ଶୌଚାଳୟ ଯାଇଥିଲେ। ସେଠାରେ ସେ ଏକ ହାତ ଲେଖା କାଗଜକୁ ପାଇଖାନା ଭିତରେ ପକାଇ ଫ୍ୱସ ମାରିଦେଇଥିବାରୁ ପାଣିରେ ତାହା ଟାଙ୍କି ଭିତରକୁ ଯାଇଛି।

ତଦନ୍ତକାରୀ ଟିମ୍ ଏହାପରେ ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଲୋକଙ୍କ ସହାୟତାରେ ପାଇଖାନା ଟାଙ୍କି ରାତି ଅଧିରେ ଖୋଳଛି। ଶେଷ ଖବର ସୁଦ୍ଧା ତଦନ୍ତକାରୀ ଟିମକୁ ଏକ କାଗଜ ମିଳିଛି। ସେହି କାଗଜରେ କିଛି ହାତ ଲେଖା ରହିଛି। ହେଲେ ତାହା ଗୋପାଳ ପକାଇଥିବା କାଗଜ କି ନୁହେଁ ସ୍ପଷ୍ଟ ହୋଇନି। ଫରେନସିକ ଲ୍ୟାବରେ ଏହି କାଗଜକୁ ପରୀକ୍ଷା କରିବା ପରେ ଜଣାପଡିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗୋପାଳ ଦାସ ଜେରା ବେଳେ କିଛି କହୁ ନାହାନ୍ତି। ନିଜେ ଜଣେ ପୋଲିସରେ ଚାକିରି କରିଥିଲେ।ଏବଂ ତାଙ୍କ 28 ବର୍ଷ ଚାକିରି କ୍ୟାରିଅରରେ ସଠିକ ତଦନ୍ତ ପାଇଁ ସେ ଅନେକ ମେଡାଲ ମଧ୍ୟ ପାଇଛନ୍ତି। ଏପରି ସ୍ଥିତିରେ ସେ ଘଟଣାର ମୋଡ ବଦଳାଇବାର ଦକ୍ଷତା ରଖିଛନ୍ତି। ତେଣୁ ସାଇକୋଲଜିକାଲ ଏକ୍ସପୋର୍ଟଙ୍କ ଦ୍ୱାରା ପରୀକ୍ଷା କରାଇବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

 

Leave A Reply

Your email address will not be published.