Latest Odisha News

BREAKING NEWS

ଧନୀ ତାଲିକାରେ ୧୫ ତମ ସ୍ଥାନକୁ ଖସିଲେ ଅଡାନୀ; ଏସିଆର ଶ୍ରେଷ୍ଠ ଧନୀ ଏବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଧୀରେ ଧୀରେ ଆଡାନୀଙ୍କ ସମ୍ପତ୍ତିରେ ହ୍ରାସ ପାଇବାରେ ଲାଗିଛି। ଦିନେ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ୩ ନମ୍ବର ସ୍ତାନରେ ଥିଲେ। ହେଲେ ଏବେ ତାଲିକାରେ ସେ ୧୫ ତମ ସ୍ଥାନକୁ ଖସି ଆସିଛି। କେବଳ ସେତିକି ନୁହେଁ, ଏସିଆରେ ସର୍ବଶ୍ରେଷ୍ଠ ଧନୀ ପଦବୀ ହରାଇଛନ୍ତି ଅଡାନୀ। ଫଳରେ ପୁଣି ମୁକେଶ ଅମ୍ବାନୀ ଏସିଆର ସର୍ବଶ୍ରେଷ୍ଠ ଧନୀ ହୋଇଛନ୍ତି।

ବୁଧବାର ଆଡାନୀଙ୍କ ସମ୍ପତ୍ତିରେ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ହୋଇଛି। ଫୋର୍ବ୍ସ ପତ୍ରିକାର ସୂଚନା ଅନୁସାରେ, ବର୍ତ୍ତମାନ  ଗୌତମ ଅଦାନୀଙ୍କ  ସମ୍ପତ୍ତି ୭୬.୮ ବିଲିୟନ ଆମେରିକୀୟ ଡଲାର  ରହିଛି।

ଉଦ୍ୟୋଗ ବଜାର ଓ ବିଭିନ୍ନ ଉଦ୍ୟୋଗ ସମ୍ପର୍କରେ ଗବେଷଣା କରୁଥିବା ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଡାନୀ ଗ୍ରୁପ୍‌ ବିରୋଧରେ ରିପୋର୍ଟରେ ପ୍ରକାଶ କରିଥିଲା। ଅଡାନୀ ଗ୍ରୁପ ଋଣରେ ବୁଡିଛି ଓ କମ୍ପାନୀରେ ଜାଲିୟାତୀ ଚାଲିଛି ବୋଲି ରିପୋର୍ଟରେ କୁହାଯାଇଥିଲା। ଏହାପରେ କମ୍ପାନୀର ସ୍ଥିତି ବିଗିଡ଼ିବାରେ ଲାଗିଛି।

ରିପୋର୍ଟ ପ୍ରକାଶ ପାଇବାର ସପ୍ତାହକ ଭିତରେ ଆଦାନୀ ଗ୍ରୁପରେ ତାଲିକାଭୁକ୍ତ କମ୍ପାନୀର ଶେୟାର୍‌ ମୂଲ୍ୟରେ ୯୨ ବିଲିୟନ ଆମେରିକୀୟ ଡଲାର ହ୍ରାସ ପାଇଥିବା ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି। କେବଳ ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ୪୦ ବିଲିୟନ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି।

 

Leave A Reply

Your email address will not be published.