ଭୁବନେଶ୍ୱର: ଭାରତରେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶାରେ ଏନେଇ ଆତଙ୍କ ସୃଷ୍ଟି ହୋଇଛି । ତେବେ ଓଡ଼ିଶାକୁ କରୋନା ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ଭାଇରସ ନେଇ ସତର୍କ ଅଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର ରଖାଯାଇଛି । ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ପାଇଁ ପୁରାପୁରି ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଯଦି କାହାକୁ ଏହି ଭୂତାଣୁ ସଂକ୍ରମିତ ହେବା ନେଇ ସନ୍ଦେହ ହୁଏ ତେବେ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତୁ ସେ ନେଇ ସତର୍କ ରହିବାକୁ କୁହାଯାଇଛି । ସମସ୍ତ ବିମାନ ବନ୍ଦର, ରେଳବାଇ କର୍ତ୍ତୃପକ୍ଷ ଏବଂ ପରାଦୀପ ବନ୍ଦରକୁ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏବେ ସୁଦ୍ଧା କୌଣସି ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସି ନାହିଁ । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
BREAKING NEWS
- Pneumonia In Winter: ଶୀତ ଦିନେ ଆପଣଙ୍କ ପିଲାଙ୍କୁ ବି ହୋଇପାରେ ନିମୋନିଆ?, ଅଣଦେଖା କରନ୍ତୁ ନାହିଁ ଏହି ଲକ୍ଷଣ…ଭାରି ବିପଦପୂର୍ଣ୍ଣ…
- ନୂଆ ଅନ୍ଦାଜରେ ଅମୃତା ଖାନଭିଲକର,‘ତସ୍କରୀ’ର ଟ୍ରେଲର୍ ଆଉଟ୍
- Dantewada Naxalites surrender: ୬୩ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା କୋଟିଏରୁ ଅଧିକ ପୁରସ୍କାର ରାଶି
- Tara And Veer Breakup: ଅଲଗା ହୋଇଗଲେ ତାରା ବୀର?, ଏପି ଧିଲୋନଙ୍କ ସହ କନସର୍ଟ ଭାଇରାଲ ପରେ ବଢିଲା ଚର୍ଚ୍ଚା…
- ଆସନ୍ତା ମାସରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି
- ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- Cross border Drug Racket: ମିଆଁମାର ସୀମାରେ NCBକୁ ବଡ ସଫଳତା; ସାବୁନ ଖୋଳରୁ ମିଳିଲା ୧୫ କୋଟି ମୂଲ୍ୟର ହେରୋଇନ୍
- ରୋହିତଙ୍କୁ ସମସ୍ତଙ୍କ ଆଗରେ ଜୟ ଶାହ କହିଲେ ଭାରତର ଅଧିନାୟକ
- ଜାନୁଆରୀରେ ମିଳିବ ୧୦ ଲକ୍ଷ ପକ୍କା ଘର: ମନ୍ତ୍ରୀ
- ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର
Comments are closed.