ଭୁବନେଶ୍ୱର: ଭାରତରେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶାରେ ଏନେଇ ଆତଙ୍କ ସୃଷ୍ଟି ହୋଇଛି । ତେବେ ଓଡ଼ିଶାକୁ କରୋନା ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ଭାଇରସ ନେଇ ସତର୍କ ଅଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର ରଖାଯାଇଛି । ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ପାଇଁ ପୁରାପୁରି ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଯଦି କାହାକୁ ଏହି ଭୂତାଣୁ ସଂକ୍ରମିତ ହେବା ନେଇ ସନ୍ଦେହ ହୁଏ ତେବେ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତୁ ସେ ନେଇ ସତର୍କ ରହିବାକୁ କୁହାଯାଇଛି । ସମସ୍ତ ବିମାନ ବନ୍ଦର, ରେଳବାଇ କର୍ତ୍ତୃପକ୍ଷ ଏବଂ ପରାଦୀପ ବନ୍ଦରକୁ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏବେ ସୁଦ୍ଧା କୌଣସି ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସି ନାହିଁ । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
BREAKING NEWS
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
Comments are closed.