Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କର ବନକଲାଗି ନୀତି ପାରମ୍ପରିକ ଭାବେ ସମାପ୍ତ ହୋଇଛି । ମଙ୍ଗଳବାର ଦିନ ମହାପ୍ରଭୁଙ୍କର ନବଯୌବନ ବେଶରେ ସଜ୍ଜିତ ହୋଇ ଲକ୍ଷାଧିକ ଭକ୍ତଙ୍କୁ ଦେବେ ଦର୍ଶନ । ମହାପ୍ରଭୁଙ୍କ ଏହି ପବିତ୍ର ଦିବ୍ୟ ନବଯୌବନ ରୂପକୁ ଦର୍ଶନ କରି ଶ୍ରଦ୍ଧାଳୁ ଆଶୀର୍ବାଦ ଭିକ୍ଷା କରିବେ । ନବଯୌବନ ଦର୍ଶନ ଲାଗି ଆଜି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ଶ୍ରୀମନ୍ଦିର ପରିସରରେ ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଶ୍ରୀଜୀଉମାନେ ଶୃଙ୍ଗାର ବା ସିଂହାର ହୋଇଛନ୍ତି । ପ୍ରାକୃତିକ ରଙ୍ଗ ହରିତାଳ, କସ୍ତୁରୀ, ହିଙ୍ଗୁଳ ଓ ସୁବାସିତ କେଶରକୁ ମିଶ୍ରଣ କରି ଏକ ଲେପ ଦିଆଯାଇଛି ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ଶ୍ରୀମୁଖରେ । ମହାପ୍ରଭୁଙ୍କ ଏହି ଅପୂର୍ବ ରୂପ ଦର୍ଶନ କରିବା ଲାଗି ଭକ୍ତମାନେ ବର୍ଷ ବର୍ଷ ଧରି ଚାହିଁ ବସିଥାଆନ୍ତି । ଭକ୍ତମାନେ କହନ୍ତି ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଏହି ରୂପ ଦର୍ଶନ କରିହୁଏ ।

ମଙ୍ଗଳବାର ଦିନ ଶ୍ରଦ୍ଧାଳୁମାନଙ୍କ ଲାଗି ଦିନ ୨ଟାରେ ରହିଛି ପରମାଣିକ ଦର୍ଶନ । ଏହା ଏକଘଣ୍ଟା ଲାଗି ଦର୍ଶନ ବ୍ୟବସ୍ଥା ରହିଛି । ତେବେ ସମସ୍ତ ଶ୍ରଦ୍ଦାଳୁଙ୍କ ସମେତ ଜନସାଧାରଣ ଦିନ ୩ ଘଟିକାରୁ ୪ଟା ପର୍ଯ୍ୟନ୍ତ ୧ ଘଣ୍ଟା ଧରି ଠାକୁରମାନଙ୍କ ଏହି ନବଯୌବନ ଦର୍ଶନ କରିପାରିବେ ।

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଥିବାରୁ ଶାନ୍ତି-ଶୃଙ୍ଖଳା ତଥା ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନବଯୌବନ ଦର୍ଶନ ନୀତି ନିର୍ଘଣ୍ଟ:

ଦିନ ୨ରୁ ୩ଟା – ପରମାଣିକ ଦର୍ଶନ
ଦିନ ୩ଟାରୁ ୪ଟା – ସାଧାରଣ ଦର୍ଶନ
ସନ୍ଧ୍ୟା ୬ଟା – ଦଇତାପତିଙ୍କ ସର୍ବାଙ୍ଗ ବନ୍ଦାପନା
ସନ୍ଧ୍ୟା ୭ଟା – ଶ୍ରୀଜୀଉଙ୍କ ମହାସ୍ନାନ
ରାତ୍ର ୭ଟା ୪୦ – ମଇଲମ
ରାତ୍ର ୮ଟା ୧୫ – ସୂର୍ଯ୍ୟପୂଜା
ରାତି ୯ଟା – ଗୋପାଳବଲ୍ଲଭ
ରାତି ୧୦ଟା ୩୦ – ଭୋଗମଣ୍ଡପ
ରାତି ୧ ଘଣ୍ଟା – ଦକ୍ଷିଣି ଭୋଗ
ରାତି ୧ରୁ ୨ ଘଣ୍ଟା – ବେଶ/ ମଇଲମ
ରାତି ୨ଟା – ସନ୍ଧ୍ୟା ଆଳତୀ

Leave A Reply

Your email address will not be published.