Latest Odisha News

BREAKING NEWS

ଶନିବାରଠୁ ଏହି ଜିଲ୍ଲାରେ ୪୧ ଘଂଟିଆ ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ନବରଙ୍ଗପୁର ଜିଲ୍ଲାରେ ୪୧ ଘଂଟିଆ ସଟ୍‌ଡାଉନ୍ ରହିବ । ଆସନ୍ତାକାଲି ମଧ୍ୟାହ୍ନ   ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଘରେ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  ।

ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।  ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସେବା ବ୍ୟତୀତ ଅନ୍ୟ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ।  ମେଡିକାଲ ସେବା, ସମସ୍ତ ସରକାରୀ ଅଫିସ,  ପେଟ୍ରୋଲ ପମ୍ପ, ଏଟିଏମ୍, ବିଦ୍ୟୁତ୍‌ ସେବା, ଟେଲିକମ୍ ସେବା ସହ ଅନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦ ରହିବ ନାହିଁ । ତେବେ ଶଟଡାଉନ୍‌ ସମୟରେ ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

Leave A Reply

Your email address will not be published.