Latest Odisha News

BREAKING NEWS

ନବରଙ୍ଗପୁରରେ ବଢୁଛି ସଂକ୍ରମଣ : ଆଜିଠାରୁ ଫେବୃଆରୀ୧୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର କୋର୍ଟରେ କର୍ମଚାରୀ ସଂକ୍ରମିତ ହେବାରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜରୁରୀ ବୈଠକ ଜିଲ୍ଲା କୋର୍ଟ ପରିସରରେ କରାଯାଇଥିଲା । ସଂଘ ସଭାପତି ଓ ସମ୍ପାଦକଙ୍କ ଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

କୋଭିଡ ସଂକ୍ରମଣ ହାର ବଢୁଥିବାରୁ ନେଇ ଏହି ବୈଠକରେ ଆଲୋଚନା ମଧ୍ୟ ହୋଇଥିଲା । କୋର୍ଟ କର୍ମଚାରୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିିବା ବେଳେ ଦୈନନ୍ଦିନ କୋର୍ଟ ମାମଲା ଗୁଡିକ କିପରି ସୁପରିଚାଳନା ହେବ ସେ ସମ୍ପର୍କରେ ଆଇନଜୀବୀ ମାନେ ନିଜ ମତ ରଖିଥିଲେ । ସମସ୍ତଙ୍କ ମତା ମତାକୁ ନେଇ ଆଜିଠାରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ କୋର୍ଟ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି ।

ଅନ୍ୟପଟେ କେବଳ ଜରୁରୀ ମାମଲା ବ୍ୟତୀତ ଅନ୍ୟସବୁ ମାମଲା ଗୁଡିକୁ ବନ୍ଦ ରଖିବା ପାଇଁ କୋର୍ଟରେ ନିଷ୍ପତି ହୋଇଛି ।ସେହିଭଳି ଜାମିନ ଆବେଦନ ,ଜରୁରୀ ସିଭିଲ ଅନ୍ତରୀଣ ଆବେଦନର ଶୁଣାଣି ଆଇନଜୀବୀ ମାନେ ଅଂଶ ଗ୍ରହଣ କରିପାରିବେ ବୋଲି ନିଷ୍ପତି ହୋଇଛି । କୋର୍ଟରେ ନୂଆ ମାମଲା ଦାଖଲ ପାଇଁ ମଧ୍ୟ କୌଣସି ବାରଣ ନାହିଁ ବୋଲି ଆଇନଜୀବୀ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.