Latest Odisha News

BREAKING NEWS

ସୈତାନ ପ୍ରେମିକ: ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା,ଗିରଫ ପରେ ସିନ୍ ରିକ୍ରିଏସନ କଲା ପୁଲିସ

ଉମରକୋଟ: କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତର  । ପ୍ରେମ ପାଇଁ କିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛି ତ କିଏ ସାତ ଦରିଆ ପାର କରୁଛି  । ମାତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁରେ ଘଟିଛି  ଏକ ଲଜ୍ଜାଜନକ ଘଟଣା  । ପିଶାଚ ସାଜିଛି ପ୍ରେମିକ  । ପ୍ରଥମେ ପ୍ରେମ ତା ପରେ ପ୍ରତାରଣା ଓ ଶେଷରେ ହତ୍ୟା କରିଛି  । ନାବାଳିକା ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଦେଇଛି ଅଭିଯୁକ୍ତ ।  ଅଭିଯୋଗ ପରେ ବେଙ୍ଗାଲୁରୁରୁ ଅଭିଯୁକ୍ତଙ୍କୁ ଗିରଫ କରି ସିନ୍ ରିକ୍ରିଏସନ କରିଛି ପୋଲିସ ।

ସୂଚନା ମୂତାବକ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଝରଣା ଗଣ୍ଡ ଗତ ଅଗଷ୍ଟ ୩୧ ତାରିଖ ରାତିରୁ ଘରୁ ବାହାରକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ତା ପରଦିନ ନାବାଳିକାଙ୍କ ମୃତ ଶରୀର ଜମି ମଧ୍ୟରେ ରହିଥିବା କୂଅରୁ ଉଦ୍ଧାର ହୋଇଥିଲା  । ଝରଣାର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରିଥିଲେ । ପରେ ରାଇଘର ପୁଲିସ ତଦନ୍ତ କରି ଅଭିଯୁକ୍ତ ସେହି ଗାଁର ମହେଶ ମାଳୀ ବୋଲି ଜାଣିପାରିଥିଲା । ଏବଂ  ତାକୁ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ମହେଶକୁ ବେଙ୍ଗାଲୁରୁରୁ ଗିରଫ କରି ପଚରାଉଚରା କରିଥିବା ବେଳେ ସତ ଓଗାଳିଛି ଅଭିଯୁକ୍ତ । ଆଜି ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ  ।

Leave A Reply

Your email address will not be published.