Latest Odisha News

BREAKING NEWS

ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାର ଆଉ ଜଣେ ସାଂସଦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତାପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ରମେଶ ମାଝୀ କହିଛନ୍ତି, କୋଭିଡ ପିଟିଜିଭ ଚିହ୍ନଟ ପରେ ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ଯେଉଁମାନେ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବା ସହ ଆଇସୋଲେଟ୍ ହେବାକୁ ଅପିଲ କରିଛନ୍ତ ରମେଶ ମାଝୀ ।

ପୂର୍ବରୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ପୂର୍ବରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନା ସଂକ୍ରମିତ ହୋଇଥିଲେ । ଏହାରି ଭିତରେ ରାଜ୍ୟର କିଛି ମନ୍ତ୍ରୀ ଓ ବିଧାୟକ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.