Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗସରେ ଚଡକ, ବାଦ୍ ପଡିଲେ ହରଭଜନ !

ଦୁବାଇ: ଧୋନୀଙ୍କ ସେନାରୁ ଶୁଣିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ସୁରେଶ ରାଇନାଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ ଖେଳାଳି ଆଇପିଏଲରୁ ବାଦ ପଡିଛନ୍ତି । ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍‌ରେ ଦେଖିବାକୁ ମିଳିବନି ଟର୍ବିନେଟର୍ ଓରଫ ହରଭଜନ ସିଂଙ୍କ ଯାଦୁଗରି ସ୍ପିନ୍ ବୋଲିଂ ।

ବ୍ୟକ୍ତିଗତ କାରଣରୁ ହରଭଜନ ଆଇପିଏଲରୁ ଓହରିଯାଇଛନ୍ତି । କରୋନା ମହାମାରୀ ଭିତରେ ଦୁବାଇରେ କ୍ରିକେଟ୍ ମାହୋଲ ସରଗରମ ହେବାରେ ଲାଗିଛି । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ତାରକା ଖେଳାଳିଙ୍କ ବାଦ ପଡିବା ନିଶ୍ଚିତ ଭାବେ ଧୋନୀ ସେନାକୁ ବିଚଳିତ କରିଛି । ହେଲେ କ୍ୟପ୍ଟେନ୍ କୁଲ୍ ଏଭଳି ପରିସ୍ଥିତିକୁ ସମ୍ଭାଳିବାରେ ବେଶ ଧୁରନ୍ଧର ।

ଅଗଷ୍ଟ୨୧ରେ ଦୁବାଇରେ ପହଂଚିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ସେ ସମୟରେ ହରଭଜନ ଦଳ ସହ ନ ଯାଇ ପରେ ଯିବାନେଇ ଅନୁରୋଧ କରିଥିଲେ । ବୋଧ ହୁଏ ସେହି କାରଣ ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଆଇପିଏଲରୁ ଓହରିଯାଇଛନ୍ତି ।

Leave A Reply

Your email address will not be published.