Latest Odisha News

BREAKING NEWS

ପୁଣି ଖୋଲିବ ନବରଙ୍ଗପୁର ଥାନା

ନବରଙ୍ଗପୁର: ନବରଙ୍ଗପୁର ଥାନା ସୋମବାର ଦିନ ପୁଣିଥରେ ଖୋଲାଯିବ । ନିକଟରେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ୨ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଥାନାକୁ ସାନିଟାଇଜେସନ୍ କରିବା ପାଇଁ ବନ୍ଦ କରାଯାଇଥିଲା ।

ଏସମ୍ପର୍କରେ ସୂଚନା ଦେଇ ନବରଙ୍ଗପୁର ଏସପି କହିଛନ୍ତି ଯେ ନବରଙ୍ଗପୁର ଥାନାର ସମସ୍ତ କାର୍ଯ୍ୟ ମଝିଗୁଡା ଆଉଟପୋଷ୍ଟରେ କରା ଯାଉଥିଲା ।

 

ଅପରପକ୍ଷରେ ଗତ ରବିବାର ଦିନ ନବରଙ୍ଗପୁର ଏସପି ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ନବରଙ୍ଗପୁର ଥାନାର ଦୁଇ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିଲେ । ଏବେ ସେମାନେ ଆରୋଗ୍ୟ ଲାଭ କରିଛନ୍ତି ।

ଅଧିକ ପଢନ୍ତୁ- ଗୋଟିଏ ଦିନରେ ୧୫୦୩ ନୂଆ କରୋନା ପଜିଟିଭ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ମୋଟ୍ ୨୦୬ କରୋନା ମାମଲା ରହିଥିବା ବେଳେ ୧୫୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ଆକ୍ଟିଭ କେସ୍ ୫୫ ରହିଛି ।

Leave A Reply

Your email address will not be published.