Latest Odisha News

BREAKING NEWS

ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆସୁଛି ରାଫେଲ୍ । ଆଜି ଫ୍ରାନ୍ସରୁ ଉଡ଼ାଣ ଭରିବ ୫ଟି ରାଫେଲ୍ ଲଢୁଆ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଆସୁଛନ୍ତି । ସ୍ୱତନ୍ତ୍ର ଭାବରେ ତାଲିମ ନେଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ଏହାକୁ ଭାରତ ଅଭିମୁଖେ ଆଣିବେ ।

ଆସନ୍ତା ୨୯ ତାରିଖରେ ପାଞ୍ଚଟି ଯାକ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବେ । ହରିୟାଣା ଅମ୍ବାଲା ସ୍ଥିତ ଏୟାରଫୋର୍ସ ଷ୍ଟେସନରେ ଲ୍ୟାଣ୍ଡ କରିବ । ଫ୍ରାନ୍ସରୁ ଉଡ଼ାଣ ଭରିବାର ୧୦ ଘଣ୍ଟା ପରେ ୟୁଇଏ ଏୟାରବେସରେ ଅବକତରଣ କରିବ ରାଫେଲ୍ ଯୁଦ୍ଧ ବିମାନ । କାଲି ୟୁଏଇରୁ ଅମ୍ବାଲା ଅଭିମୁଖେ ବାହାରିବ ।

ଏଲଏସିରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉତ୍ତେଜନା ଜାରି ରହିଥିବା ବେଳେ ବାୟୁସେନାର ଶକ୍ତି ବୃଦ୍ଧି କରିବ ରାଫେଲ୍ । ଫ୍ରାନ୍ସଠାରୁ ୫୮ ହଜାର କୋଟି ଟଙ୍କା ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବା ନେଇ ଚୁକ୍ତି କରିଛି ଭାରତ । ୨୦୧୬ରେ ଦାସୋଲ୍ଟ ଏଭିଏସନ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

Leave A Reply

Your email address will not be published.