Latest Odisha News

BREAKING NEWS

ଝାରସୁଗୁଡାରେ ନେପାଳୀ ରୀତିନୀତିରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡା : ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନେ ନିଜ ଦେଶର ସଂସ୍କୃତି ପରମ୍ପରା ଏଠାରେ ବଜାୟ ରଖିବା ପାଇଁ ନେପାଳ ର ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ପୂଜାର୍ଚ୍ଚନା ଝାରସୁଗୁଡାରେ ଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନଙ୍କୁ ଅଧିକାଂଶ ଲୋକେ ଗୁରଖା ପୋଲିସ ଭାବରେ ଜାଣନ୍ତି ।

ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବାପାଇଁ ସ୍ବତନ୍ତ୍ର ଜଣେ ପୂଜକ ରହିଛନ୍ତି ।ପୂଜକ ଜଣକ ମଧ୍ୟ ଜଣେ ବାଟାଲିୟନ ପୋଲିସ କର୍ମଚାରୀ ଏବଂ ସେ ମଧ୍ଯ ଜଣେ ନେପାଳୀ। ସେମାନେ ନବରାତ୍ରୀର ପ୍ରଥମ ଦିନରୁ ଏହି ପୂଜାରେ ପାଞ୍ଚପ୍ରକାର ବିହନକୁ ସ୍ବତନ୍ତ୍ର ସ୍ଥାନରେ ବୁଣିଥାନ୍ତି। ତାହା ଦଶମୀ ଆସିବା ଯାଏ ବିହନରୁ ଅଙ୍କୁର ବାହାରି ଯାଇଥାଏ ଯାହାକୁ ନେପାଳୀ ଭାଷାରେ ଜମରା ବୋଲି କୁହାଯାଇଥାଏ। ସେହି ଜମରା କୁ ସମସ୍ତେ ରୋପଣ କରିଥାନ୍ତି। ଏଥିସହ ସେମାନଙ୍କ ସ୍ବତନ୍ତ୍ର ଭୁଜାଲିକୁ ମଧ୍ୟ ପୂଜା କରିଥାନ୍ତି ଏବଂ ଦଶହରା ଦିନ ବଳି ପକାଇବା ପ୍ରଥାକୁ ନ ମାନି ଧଳା ପାରା ଆକାଶ ରେ ଓଡାଇ ବିଶ୍ଵ ଶାନ୍ତି ପାଇଁ ପ୍ରାଥନା କରିଥାନ୍ତି।

ପୂଜା ଶେଷରେ ନେପାଳ ଦେଶର ପରମ୍ପରା ଅନୁଯାୟୀ ମୁଖ୍ୟ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ନେପାଳୀମାନେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା କମାଣ୍ଡେଣ୍ଟଙ୍କୁ ପରିବାରର ମୁଖ୍ୟ ଭାବେ ଗ୍ରହଣ କରିଥାନ୍ତି ।ଏଥିସହ  ଅନ୍ୟ ସମାଜର କମାଣ୍ଡେଣ୍ଟ ହେଲେ ମଧ୍ୟ ଜାତିଧର୍ମ ଠାରୁ ଉପରକୁ ଉଠି ନେପାଳୀମାନେ କମାଣ୍ଡେଣ୍ଟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି ।ତେବେ ଓଡିଶାର ଝାରସୁଗୁଡାରେ ରହୁଥିବା ନେପାଳ ଦେଶର ଗୁରଖାମାନଙ୍କ ନେପାଳୀ ରୀତିନୀତିରେ ନବରାତ୍ରୀ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି ।

Comments are closed.