Latest Odisha News

BREAKING NEWS

ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର

ସୋନପୁର: କାଠ ଧରିବାକୁ ଯାଇ ମାଡ଼ ଖାଇଲେ ବନ କର୍ମଚାରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିନିକା ବନ କର୍ମଚାରୀ ଖାତିପଡ଼ାରେ ରେଡ୍ କରିଥିଲେ । କେନାଲ ପାଣି ଭିତରୁ ବିପୁଳ ଶାଗୁଆନ୍ କାଠ ଜବତ କରିଥିଲେ ବନ କର୍ମଚାରୀ ।
ଜବତ ଶାଗୁଆନ୍ କାଠକୁ ବାନଝିପାଳି ବିଟ୍ ଅଫିସରେ ରଖି ଖାତିପଡ଼ା ଗାଁକୁ ଅନୁସନ୍ଧାନ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏଥିରେ କୌଡ଼ିଆମୁଣ୍ଡ ଫରେଷ୍ଟରଙ୍କ ସହ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.