Latest Odisha News

BREAKING NEWS

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ଭୁବନେଶ୍ବର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନାବାର୍ଡ ଅଧ୍ୟକ୍ଷ ।

ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ପାଇଁ ନାବାର୍ଡ ଆରଆଇଡିଏଫ୍ ଓ ଏଲଟିଏଫ୍ ଜରିଆରେ ସ୍ୱଳ୍ପ ସୁଧରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେହିପରି ନୂଆ କରି ଆରମ୍ଭ ହୋଇଥିବା ଆରଆଇଏଏସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ବେଶ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ସଡକ, ପୋଲ ଓ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ କାମ ଭଳି ପ୍ରକଳ୍ପ ପାଇଁ ପାଣ୍ଠି ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଭିତ୍ତିଭୂମି ସୁଦୃଢ଼ କରିବା ସହ ଜୀବନ ଜୀବିକା କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଚିନ୍ତାଲା ।

Comments are closed.