Latest Odisha News

BREAKING NEWS

ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ଅଛନ୍ତି । କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗତକିଛି ଦିନ ତଳେ ରମେଶ ମାଝୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ଥିବାରୁ ସେ ହୋମ ଆଇସୋଲେସନରେ ଥିଲେ । କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହୋଇ ଯିବାରୁ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.