Latest Odisha News

ଆଥଲେଟଙ୍କୁ ନିଷିଦ୍ଧ ଡ୍ରଗ୍ସର ଇଂଜେକସନ ଦେଇ ଫସିଲେ କୋଚ ମିକି, ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ମୁମ୍ବାଇର ଆଥଲେଟିକ କୋଚ ମିକି ମେଞ୍ଜେସଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ୪ ବର୍ଷ ବାସନ୍ଦ କରିଛନ୍ତି । ମିକିଙ୍କ ନିକଟରୁ ଉଦୀୟମାନ ଆଥଲେଟ କୀର୍ତି ଭୋଇଟେ ପ୍ରଶିକ୍ଷଣ ନେଉଥିଲେ । ମିକି ଇଂଜେକସନ ମାଧ୍ୟମରେ ତାଙ୍କ ଶରୀରରେ ନିଷିଦ୍ଧ ଡ୍ରଗ୍ସ ଡ୍ରୋଷ୍ଟାନୋଲୋନ ଛାଡିଥିଲେ । ୱାଡା ପକ୍ଷରୁ କରାଯାଇଥିବା ଟେଷ୍ଟରେ କୀର୍ତି ଧରାପଡିବା ଯୋଗୁ ପ୍ରଥମେ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଆଂଟି ଡୋପିଂ ଆପିଲ ପ୍ୟାନେଲରେ ସେ ଏହି ଦଣ୍ଡାଦେଶ ନେଇ ଆବେଦନ କରିଥିଲେ । ଏଡିଏପି ତାଙ୍କ ଦଣ୍ଡାଦେଶ ୨ ବର୍ଷ ପାଇଁ କମାଇ ଦେଇଥିଲା । ଏହି ଶୁଣାଣୀ ବେଳେ କୀର୍ତି ତାଙ୍କ କୋଚଙ୍କ ବିରୋଧରେ କହିଥିଲେ ।

ସେ ମଧ୍ୟ ମହାରାଷ୍ଟ୍ର ଆଥଲେଟିକ୍ସ ଆସୋସିଏଶନର ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ମିକିଙ୍କୁ ୪ ବର୍ଷ ପାଇଁ ମହାରାଷ୍ଟ୍ର ଆସୋସିଏଶନ ବାସନ୍ଦ କରିଥିଲା । ଡୋପ କେଳାଙ୍କାରୀ ପାଇଁ କେବଳ ଆଥଲେଟିକ୍ସ ଦାୟୀ କରିବା ଠିକ ହେବ ନାହିଁ ବୋଲି ନାଡା ପକ୍ଷରୁ କୁହାଯାଇଛି । ଯେଉଁ ଆଥଲେଟ ଏ ଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ ନାଡାର ୱେବସାଇଟ https://www.nadaindia.org/speakup-formରେ ଅଭିଯୋଗ କରିପାରିବେ । ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯିବ ।

Leave A Reply

Your email address will not be published.