Latest Odisha News

BREAKING NEWS

କରୋନା ଆକ୍ରାନ୍ତ ପରେ ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ଶ୍ରବଣଙ୍କ ଅବସ୍ଥା ଗୁରୁତର

ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ କୁମାର ରାଠୋର କରୋନା ଆକ୍ରାନ୍ତ ପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତାଙ୍କ ପୁଅ ତଥା ମ୍ୟୁଜିକ କମ୍ପୋଜର ସଞ୍ଜୀବ ରାଠୋର ମଧ୍ୟ ବାପାଙ୍କ ଅବସ୍ଥା ଉଦବେଗଜନକ ବୋଲି କହିଛନ୍ତି । ଫୁସଫୁସରେ ପାଣି ଭରି ଯାଇଥିବାରୁ ସେ ଠିକ୍ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହାନ୍ତି । ଏହି ମାରାତ୍ମକ ରୋଗ କବଳରୁ ଭଗବାନ ଆମକୁ ରକ୍ଷା କରନ୍ତୁ ବୋଲି କହିଛନ୍ତି ।

୧୯୭୩ରେ ନଦୀମ ଓ ଶ୍ରବଣ ଭୋଜପୁରୀ ଫିଲ୍ମ ଦଙ୍ଗଲରେ ଏକତ୍ର ହୋଇଥିଲେ । ୧୯୯୦ ଆଶିକୀ ଫିଲ୍ମ ପରେ ସେମାନେ ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହା ପରେ ୧୯୯୭ ପର୍ଯ୍ୟନ୍ତ କ୍ରମାଗତ ସଫଳ ସଙ୍ଗୀତ ଦେଇ ଚାଲିଥିଲେ । ଗୁଲଶନ କୁମାର କେସ ପରେ ନଦୀମ ଭାରତ ଛାଡି ଦେଇଥିଲେ । ୨୦୦୫ରେ ଏହି ଯୋଡି ଭାଙ୍ଗି ଯାଇଥିଲା ।

Leave A Reply

Your email address will not be published.